ଇକୋ-ଫ୍ରେଣ୍ଡଲି ଟ୍ରାଇପୋର୍ଡ ବନାଇଲେ +୨ ପାସ୍ ଯୁବକ, କଳାକୃତି ଦେଖିଲେ ଆପଣ ବି କହିବେ ବାଃ ବାଃ

ଆମ ଦେଶରେ ଟ୍ୟାଲେଣ୍ଟର ଅଭାବ ନାହିଁ। ଏଠାରେ ପ୍ରତିଦିନ କିଛି ନା କିଛି ଯୋଗାଡ଼ କରି ଲୋକମାନେ କାମକୁ ଆହୁରି ସହଜ କରିଦେଉଛନ୍ତି। ପୁଣିଥରେ ଏଭଳି ଏକ ଯୁଗାଡ଼ ଦେଖିବାକୁ ମିଳିଛି ମଣିପୁରରେ। ଏଠାରେ କଲେଜରେ ପଢ଼ୁଥିବା ଜଣେ ଛାତ୍ର ନିଜ ହାତରେ ତିଆରି କରିଛନ୍ତି ଟ୍ରାଇପୋର୍ଡ। ବଜାରରେ ମିଳୁଥିବା ଟ୍ରାଇପୋର୍ଡଗୁଡିକ ଅଧିକ ଟଙ୍କା ହୋଇଥିବା ବେଳେ ଯୁବକ ଜଣକ ତିଆରି କରିଥିବା ଟ୍ରାଇପୋର୍ଡର ମୂଲ୍ୟ କିନ୍ତୁ ଖୁବ୍ କମ୍। କାରଣ ଏହା ବାଉଁଶରେ ତିଆରି ହୋଇଛି।
କରୋନା ଯୋଗୁ ହୋଇଥିବା ଲକ୍ଡାଉନ୍ରେ ଲୋକମାନେ ଘରେ ବସି ବୋର ହେଉଥିବା ବେଳେ ଦ୍ୱାଦଶରେ ପଢ଼ୁଥିବା ମଣିପୁରର ରୋମେଶ ଏହି ସମୟର ସଦୁପଯୋଗ କରିଛନ୍ତି। ଲକ୍ଡାଉନ୍ ବେଳେ ରୋମେଶ ଘରେ ରହି ତିଆରି କରିଛନ୍ତି ଟ୍ରାଇପୋର୍ଡ। ଫଟୋ ଉଠାଇବା ତଥା ଭିଡିଓ ସୁଟିଂ କରିବାକୁ ବ୍ୟବହାର କରାଯାଉଥିବା କ୍ୟାମେରା ଟ୍ରାଇପୋର୍ଡ ତିଆରି କରିଛନ୍ତି ରୋମେଶ। ସେ ପୁଣି ବାଉଁଶରେ।
ଏନେଇ ରୋମେଶ କହିଛନ୍ତି ଲକ୍ଡାଉନ୍ରେ ସେ ଟ୍ରାଇପୋର୍ଡ କିଣିବାକୁ ଚାହୁଁଥିଲେ। କିନ୍ତୁ ମାର୍କେଟ ବନ୍ଦ ଥିବାରୁ ସେ କିଣିପାରିନଥିଲେ। ଅନ୍ଲାଇନ୍ରେ ବି ଅର୍ଡର କରିବା ସମ୍ଭବପର ହେଲାନି। ଏଣୁ ସେ ଘରେ ଟ୍ରାଇପୋର୍ଡ ତିଆରି କରିବାକୁ ଚିନ୍ତା କଲେ। ୟୁଟ୍ୟୁବ୍ ଓ ବିଭିନ୍ନ ଭିଡିଓ ଦେଖି ସେ ପ୍ରଥମ ଟ୍ରାଇପୋର୍ଡ ତିଆରି କରିଥିଲେ। ଏହାକୁ ତିଆରି କରିବାକୁ ତାଙ୍କୁ ୭ ଦିନ ସମୟ ଲାଗିଥିଲା। ଏହାର ଭିଡିଓ ସେ ନିଜ ଫେସ୍ବୁକ ପେଜ୍ରେ ସେୟାର କରିଛନ୍ତି। ଫେସ୍ବୁକ୍ରେ ଏହାକୁ ୧ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଦେଖିସାରିଲେଣି।
ରୋମୋଶଙ୍କର ଏହି ଭିଡିଓ ଭାଇରାଲ ହେବା ପରେ ଲୋକମାନେ ତାଙ୍କୁ ଟ୍ରାଇପୋର୍ଡ ପାଇଁ ଅର୍ଡର ଦେଉଛନ୍ତି। ସେ କିଛି ଲୋକଙ୍କ ଅର୍ଡର ପୂରା କରିସାରିଥିବା କହିଛନ୍ତି। ସୂଚନାଯୋଗ୍ୟ ଯେ ଚଳିତବର୍ଷ ରୋମେଶଙ୍କୁ ନ୍ୟାସନାଲ ହ୍ୟାଣ୍ଡଲୁମ୍ ଡେରେ ପୁରସ୍କାର ମଧ୍ୟ ମିଳିଛି। ତାଙ୍କୁ ୫୦ ହଜାର ଟଙ୍କାର ପୁରସ୍କାର ରାଶି ମିଳିଛି।