Below header

ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଘଟଣା: ବୈଦ୍ୟୁତିକ ଗଣମାଧ୍ୟମର ଏମଡି ଜାଗୀ ମଙ୍ଗତ ପଣ୍ଡାଙ୍କୁ ସମନ ପାଇଁ ନିର୍ଦ୍ଦେଶ ଦେଲେ ଶିଶୁ ଅଧିକାର ସୁରକ୍ଷା ଆୟୋଗ

ଭୁବନେଶ୍ୱର: ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଘଟଣା । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ପ୍ରତିକ୍ରିୟା । ସମ୍ପୃକ୍ତ ବୈଦ୍ୟୁତିକ ଗଣମାଧ୍ୟମର ଏମଡି ଜାଗୀ ମଙ୍ଗତ ପଣ୍ଡାଙ୍କୁ ସମନ ପାଇଁ ନିର୍ଦ୍ଦେଶ ହୋଇଛି । ଏମଡିଙ୍କୁ ଅଭିଯୁକ୍ତ କରିବାକୁ କମିଶନରେଟ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି । ୪୮ ଘଣ୍ଟା ଭିତରେ ସମନ କରିବାକୁ ପୋଲିସକୁ କୁହାଯାଇଛି । ସମ୍ପୃକ୍ତ ଗଣମାଧ୍ୟମର ମୁଖ୍ୟ ହିସାବରେ ଘଟଣା ଚପାଇଦେବାକୁ ଉଦ୍ୟମ କରିଛନ୍ତି ।

ପୀଡିତାଙ୍କ ବୟାନକୁ ଆଧାର କରି ଏହି ପ୍ରତିକ୍ରିୟା ରଖିଛନ୍ତି ଶିଶୁ ସୁରକ୍ଷା ଅଧିକାର ଆୟୋଗ । ପୋକସୋ ଆଇନ ଅନୁସାରେ ତାଙ୍କୁ ଅଭିଯୁକ୍ତ କରିବାକୁ ପୋଲିସକୁ ଆୟୋଗଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ୪୮ ଘଣ୍ଟା ଭିତରେ ୬ ଅଭିଯୁକ୍ତଙ୍କୁ ଗିରଫ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ଏହାସହ ଭୁବନେଶ୍ୱର ଡିସିପିଙ୍କୁ ଆକ୍ସନ ଟେକେନ ରିପୋର୍ଟ ଦାଖଲ ନିର୍ଦ୍ଦେଶ ରହିଛି । ୪୮ ଘଣ୍ଟା ଭିତରେ କାର୍ଯ୍ୟାନୁଷ୍ଠାନ ନନେଲେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କମିଶନ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.