ଚୋରି ହୋଇଛି IPL 2020ର ପପୁଲାର ଆନ୍ଥେମ ‘ଆୟେଙ୍ଗେ ହମ ୱାପସ’, ଟୁଇଟ କରି ଅଭିଯୋଗ ଆଣିଲେ ଏହି ୟୁଜର

ଆଇପିଏଲ ୨୦୨୦ ସିଜିନ ଏ ପର୍ଯ୍ୟନ୍ତ ଆରମ୍ଭ ବି ହୋଇନି, କିନ୍ତୁ ଏହାକୁ ନେଇ ବିବାଦ ଏବେ ଠୁ ମୁଣ୍ଡ ଟେକିଲାଣି। ପ୍ରଥମେ କରୋନା ପଜିଟିଭ ଖେଳାଳି ଓ ସଦସ୍ୟଙ୍କ ଯୋଗୁ ୟୁଏଇରେ ଖେଳାଯାଉଥିବା ଆଇପିଏଲକୁ ନେଇ ଏଥର ଚର୍ଚ୍ଚା ହୋଇଥିଲା। ଆଉ ଏବେ ଏହା ଉପରେ ଚୋରି ଅଭିଯୋଗ ଆସିଛି। ଖବର ମୁତାବକ, ଆଇପିଏଲ ୨୦୨୦ର ଯେଉଁ ଆନ୍ଥେମ ‘ଆୟେଙ୍ଗେ ହମ ୱାପସ’ କମ୍ପୋଜ କରାଯାଇଛି, ତାହାକୁ ନେଇ ଚୋରି ଅଭିଯୋଗ ଆସିଛି।

c

କରୋନା ମହାମାରୀ ବ୍ୟାପିବା କାରଣରୁ ୨୯ ମାର୍ଚ୍ଚରୁ ଆରମ୍ଭ ହେବାକୁ ଥିବା ଆଇପିଏଲ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ କରି ଦିଆଯାଇଥିଲା। ଏବେ ଭାରତ ବାହାରେ ୟୁଏଇରେ ଏହାର ଆୟୋଜନ କରାଯାଉଛି। ଟୁର୍ଣ୍ଣାମେଣ୍ଟକୁ ଖାଲି ଷ୍ଟାଡିୟମରେ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିରେ ଦର୍ଶକଙ୍କୁ ଯୋଡ଼ିବା ପାଇଁ ଏକ ଆଇପିଏଲ ଆନ୍ଥେମ ତିଆରି କରାଯାଇଛି। ତେବେ ଏହି ଗୀତ ସାମ୍ନାକୁ ଆସିବା ପରେ ବିବାଦ ଦେଖାଦେଇଛି। ଏହାର ଧୁନ ଚୋରି କରାଯିବା ନେଇ ଅଭିଯୋଗ ଉଠିଛି।

ଜଣେ ଟୁଇଟର ୟୁଜର କୃଷ୍ନା, ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତ କରାଯାଇଥିବା ଏହି ଗୀତ ତାଙ୍କ ଗୀତର କପି ବୋଲି କହିଛନ୍ତି। ଯେଉଁ ଗୀତକୁ ଲୋକେ ଆଇପିଏଲ ଆନ୍ଥେମ ରୂପେ ଶୁଣୁଛନ୍ତି, ପ୍ରକୃତରେ ତାହା ତାଙ୍କ ଦ୍ୱାରା କମ୍ପୋଜ ହୋଇଥିବା ଏକ ପୁରୁଣା ଗୀତ। ତାଙ୍କ ଅଭିଯୋଗ ହେଲା, ସେ ଏହାକୁ ଆଇପିଏଲ ପାଇଁ ହିଁ ଲେଖିଥିଲେ, କିନ୍ତୁ ଆୟୋଜକ ତାଙ୍କୁ ନ ପଚାରି ଗୀତକୁ କପି କରିନେଇଛନ୍ତି। ଆଇପିଏଲର ଏହି ଗୀତକୁ ଟୁଇଟ କରି କୃଷ୍ନା ଅଭିଯୋଗ ଆଣିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.