Below header

ଭୁବନେଶ୍ବର ନନ୍ଦନବିହାରରୁ ଦୁଇ କୋଟି ଟଙ୍କା ଲୁଟର ଫିଟୁଛି ଗୁମର, ଡକାୟତି ଷଡଯନ୍ତ୍ର ରଚିଥିଲା ଡ୍ରାଇଭର

ଭୁବନେଶ୍ବର ନନ୍ଦନବିହାରରୁ ଦୁଇ କୋଟି ଟଙ୍କା ଲୁଟର ଫିଟୁଛି ଗୁମର । ଆୟକର ଫାଙ୍କିବାକୁ ନିବାରଣ ପାଣିଙ୍କ ଘରେ ସମ୍ପର୍କୀୟ ଏତେ ପରିମାଣର ଟଙ୍କା ଲୁଚାଇ ରଖିଥିଲେ । ଡ୍ରାଇଭର ବାଦଲ ଜାଣି ଡକାୟତି ପାଇଁ ବ୍ୟୂହ ରଚିଥିଲା ।

ଭୁବନେଶ୍ୱର(କେନ୍ୟୁଜ) : ଭୁବନେଶ୍ବର ନନ୍ଦନବିହାରରୁ ଦୁଇ କୋଟି ଟଙ୍କା ଲୁଟର ଫିଟୁଛି ଗୁମର । ଆୟକର ଫାଙ୍କିବାକୁ ନିବାରଣ ପାଣିଙ୍କ ଘରେ ସମ୍ପର୍କୀୟ ଏତେ ପରିମାଣର ଟଙ୍କା ଲୁଚାଇ ରଖିଥିଲେ । ଏକଥା ଲୁଟର ମୁଖ୍ୟ ଷଡଯନ୍ତ୍ରକାରୀ ତଥା ନିବାରଣ ପାଣିଙ୍କ ଡ୍ରାଇଭର ବାଦଲ ଜାଣିଥିଲା । ଡକାୟତି ପାଇଁ ବ୍ୟୂହ ରଚିଥିଲା ।

ଲୁଟ୍ ଟଙ୍କାରେ ମଉଜ କରୁଥିଲେ ଅଭିଯୁକ୍ତ । ନିଜ ପ୍ରେମିକା ସହ ସେ ରାଜ୍ୟ ବାହାରକୁ ଫେରାର୍ ହୋଇଛି । ତାକୁ ଖୋଜୁଛି ପୋଲିସ । ସେ ଧରାପଡ଼ିଲେ ଅନେକ ରହସ୍ୟ ଉପରୁ ପରଦା ହଟିବ ।

ସୂଚନା ଯୋଗ୍ୟ, ଅଗଷ୍ଟ ୨ରେ ଇନଫୋସିଟି ଥାନା ନନ୍ଦନବିହାର ବସୁନ୍ଧରା କଲୋନୀରେ ସଂଧ୍ୟା ସାଢ଼େ ୭ଟାରେ ତିନି ଜଣ ମୁଖା ପିନ୍ଧା ବନ୍ଧୁକଧାରୀ ଡକାୟତ ଘର ଭିତରେ ପସିଥିଲେ । ବାପ ପୁଅକୁ ଆକ୍ରମଣ କରି ଧମକ ଦେଇ ଚୁପ କଲା ପରେ ଘର ଭିତରେ ବିଭିନ୍ନ ସ୍ଥାନରୁ ଖୋଜା ଖୋଜି କରିଥିଲେ । ସୁନା ଅଳଙ୍କାର ସହିତ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଥିଲା। ଖବରପାଇ ଇନଫୋସିଟି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡକାୟତି ଘଟଣାର ତଦନ୍ତ କରିଥିଲା । ଘଟଣାରେ ପାଞ୍ଚ ଜଣଙ୍କୁ ଗିରଫ କରିଥିଲା କମିଶନରେଟ୍ ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.