ଗଡିଲା ଭୁବନେଶ୍ୱର-ନୟାଗଡ ସେବା ଏକ୍ସପ୍ରେସ୍‌, ପ୍ରତିଦିନ ସଂଧ୍ୟା ୬ଟା ୪୦ରେ ଛାଡ଼ିବ ଭୁବନେଶ୍ୱର

ପ୍ରତୀକ୍ଷାର ଅନ୍ତ । ଭୁବନେଶ୍ୱରରୁ ନୟାଗଡ଼କୁ ଗଡ଼ିଲା ସେବା ଏକ୍ସପ୍ରେସ । ଦିଲ୍ଲୀରୁ ଭିଡିଓ କନଫରେନ୍ସିଂରେ ପତାକା ଦେଖାଇ ଏହାର ଉଦଘାଟନ କରିଛନ୍ତି ଟ୍ରେନର ରେଳମନ୍ତ୍ରୀ ପୀୟୁଷ ଗୋୟଲ । ଏହି ଏକ୍ସପ୍ରେସ ଦ୍ୱାରା କମ ସମୟ ମଧ୍ୟରେ ଏହି ରୁଟ ଦେଇ ଯାତ୍ରା କରିହେବ।

ଭୁବନେଶ୍ୱରରୁ ନୟାଗଡକୁ ଏକ୍ସପ୍ରେସ୍ ରେଳ ସେବା । ଦୀର୍ଘ ଦିନର ପ୍ରତିକ୍ଷା ପରେ ଗଡିଲା ଭୁବନେଶ୍ୱର-ନୟାଗଡ ସେବା ଏକ୍ସପ୍ରେସ୍ । ଏଣିକି ଏକ୍ସପ୍ରେସ୍‌ରେ ବସି କମ ସମୟରେ ଯାତ୍ରା କରିପାରିବେ ଯାତ୍ରୀ। ଟ୍ରେନ ନମ୍ବର ୧୮୪୨୩ ଭୁବନେଶ୍ୱର-ନୟାଗଡ଼ ଟାଉନ ଏକ୍ସପ୍ରେସ ପ୍ରତିଦିନ ସଂଧ୍ୟା ୬ଟା ୪୦ରେ ଭୁବନେଶ୍ୱର ଛାଡ଼ିବ। ଖୋର୍ଦ୍ଧା ରୋଡ ଜଙ୍‌କସନ୍‌, ଖୋର୍ଦ୍ଧା ଟାଉନ, ବେଗୁନିଆ, ରାଜସୁନାଖଳା ଓ ବୋଲଗଡ ରୋଡ ଦେଇ ରାତି ୮ଟା ୪୫ରେ ପହଞ୍ଚିବ ନୟାଗଡ଼ରେ। ସେହିପରି ୧୮୪୨୪ ନୟାଗଡ଼ ଟାଉନ-ଭୁବନେଶ୍ୱର ଏକ୍ସପ୍ରେସ ସକାଳ ୬ଟା ୩୦ରେ ନୟାଗଡ଼ ଛାଡ଼ିବ ଓ ସକାଳ ୯ଟାରେ ଭୁବନେଶ୍ୱରରେ ଲାଗିବ। ଭୁବନେଶ୍ୱରରେ ଆୟୋଜିତ ଶୁଭାରମ୍ଭ କାର‌୍ୟ୍ୟକ୍ରମରେ ଯୋଗ ଦେଇଥିଲେ ମନ୍ତ୍ରୀ ଅଶୋକ ପଣ୍ଡା, ସାଂସଦ ପିନାକୀ ମିଶ୍ର ଓ ଅପରାଜିତା ଷଡ଼ଙ୍ଗୀ।

ଦିଲ୍ଲୀରୁ ଭିଡିଓ କନଫରେନ୍ସିଂରେ ପତାକା ଦେଖାଇ ଏହାର ଟ୍ରେନ୍‌ର ଉଦଘାଟନ କରିଛନ୍ତି ରେଳମନ୍ତ୍ରୀ ପୀୟୂଷ ଗୋୟଲ। କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ହର୍ଷବର୍ଦ୍ଧନ ପ୍ରମୁଖ ଉପସ୍ଥିତ ଥିଲେ । ରେଳ କ୍ଷେତ୍ରରେ ଓଡ଼ିଶାକୁ ମୋଦି ସରକାର ଗୁରୁତ୍ୱ ଦେଇଆସୁଥିବା ଧର୍ମେନ୍ଦ୍ର କହିଛନ୍ତି। । ଭୁବନେଶ୍ୱର ନୟାଗଡ ସେବା ଏକ୍ସପ୍ରେସ୍ ପରେ ଏହି ରୁଟରେ ଚଳାଚଳ କରୁଥିବା ପାସେଞ୍ଜର ଟ୍ରେନ୍ ସମୟ ସାରଣୀରେ ପରିବର୍ତ୍ତନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.