Below header

ଭାରି କଷ୍ଟ ଦେଉଛି ତାତି ଓ ଗୁଳୁଗୁଳି: ଦିନ ୧୧ ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୩୭. ୨ ଡିଗ୍ରୀ ସେଲସିୟସ୍

ବଢ଼ି ବଢ଼ି ଚାଲିଛି ତାତିର ପ୍ରକୋପ । ଏବେ ଭାରି କଷ୍ଟ ଦେଉଛି ତାତି ଓ ଗୁଳୁଗୁଳି। ତାପମାତ୍ରା ୪୦ ଡିଗ୍ରୀ ଟପି ପାରେ। ଏପଟେ ଦିନ ୧୧ ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ରହିଛି ରାଜଧାନୀ ।

ଭୁବନେଶ୍ୱର (କେନ୍ୟୁଜ୍): ବଢ଼ି ବଢ଼ି ଚାଲିଛି ତାତିର ପ୍ରକୋପ । ଏବେ ଭାରି କଷ୍ଟ ଦେଉଛି ତାତି ଓ ଗୁଳୁଗୁଳି । ଏପଟେ ପାଣିପାଗ ବିଭାଗର ଆକଳନ ଅନୁସାରେ କମିବ କାଳବୈଶାଖୀ । ତାପମାତ୍ରା ୪୦ ଡିଗ୍ରୀ ଟପି ପାରେ । ତେଣୁ ଆଗକୁ ଭୀଷଣ ଅସ୍ତବ୍ୟସ୍ତ କରିବ ଖରାର ପ୍ରକୋପ। ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲ୍‌ସିୟସ ବଢିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଦିନ ୧୧ ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ରହିଛି ରାଜଧାନ । ଭୁବନେଶ୍ୱରର ତାପମାତ୍ରା ୩୭. ୨ ଡିଗ୍ରୀ ସେଲସିୟସ ରହିଛି । ଝାରସୁଗୁଡାରେ ବି ୩୭.୨, ଚନ୍ଦବାଲିରେ ୩୭, ବାଲେଶ୍ୱରେ ୩୬ ଡିଗ୍ରି ତାପମାତ୍ରା ରହିଛି । ଆଗାମୀ ୨ରୁ ୩ ଦିନ ମଧ୍ୟରେ ରାଜ୍ୟରେ କିଛି କିଛି ସ୍ଥାନରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏ ବୃଦ୍ଧି ସମ୍ଭାବନା । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏହି ସୂଚନା ଦେଇଛି । ସମୁଦ୍ରରୁ ରାଜ୍ୟ ମଧ୍ୟକୁ ପ୍ରବାହିତ ବାୟୁ ଓ ଉପରସ୍ତରରେ ଥିବା ଶୁଷ୍କ ଓ ଗ୍ରୀଷ୍ମ ବାୟୁ ପ୍ରବାହିତ ହେଉଥିବାରୁ ତାତି ବଢ଼ିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.