Below header

ଉତ୍ତରାଖଣ୍ଡ: ହଲଦ୍ୱାନୀ ଜେଲ୍‌ରେ ‘ଏଡ୍‌ସର ଆଟାକ୍‌’, ୧ ମହିଳା ଓ ୪୩ ପୁରୁଷ କଏଦୀ HIV ପଜିଟିଭ

ଉତ୍ତରାଖଣ୍ଡର ହଲଦ୍ୱାନୀ ଜେଲ୍‌ରେ ବନ୍ଦୀ ଜୀବନ ବିତାଉଥିବା ୪୪ ଜଣ କଏଦୀ ଏଚ୍‌ଆଇଭି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତ ରୋଗୀଙ୍କ ମଧ୍ୟରେ ଜଣେ ମହିଳା କଏଦୀ ମଧ୍ୟ ରହିଛନ୍ତି।

ଉତ୍ତରାଖଣ୍ଡର ହଲଦ୍ୱାନୀ ଜେଲ୍‌ରେ ବନ୍ଦୀ ଜୀବନ ବିତାଉଥିବା ୪୪ ଜଣ କଏଦୀ ଏଚ୍‌ଆଇଭି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଖବର ଜଣାପଡ଼ିବା କ୍ଷଣି ଜେଲ୍‌ କର୍ତ୍ତୃପକ୍ଷ ଭୟଭୀତ ହୋଇପଡ଼ିଛନ୍ତି। ଆକ୍ରାନ୍ତ ରୋଗୀଙ୍କ ମଧ୍ୟରେ ଜଣେ ମହିଳା କଏଦୀ ମଧ୍ୟ ରହିଛନ୍ତି।

ସୂଚନା ରହିଛି, ଜେଲ୍‌ରେ ଏଚ୍‌ଆଇଭି ପଜିଟିଭ୍‌ କଏଦୀଙ୍କ ସଂଖ୍ୟା କ୍ରମାଗତ ଭାବରେ ବଢ଼ିଚାଲିଛି, ଯାହାକି ଜେଲ୍‌ କର୍ତ୍ତୃପକ୍ଷଙ୍କ ଚିନ୍ତାର ବିଷୟ ପାଲଟିଛି। କଏଦୀମାନଙ୍କର ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଯେ ଏଚ୍‌ଆଇଭି ରୋଗୀଙ୍କ ପାଇଁ ଏକ ଏଆର୍‌ଟି (ଆଣ୍ଟିରେଟ୍ରୋଭାଇରାଲ ଥେରାପି) କେନ୍ଦ୍ର ସ୍ଥାପନ କରାଯାଇଛି। ଏଠାରେ ସଂକ୍ରମିତ ରୋଗୀମାନଙ୍କର ଚିକିତ୍ସା କରାଯାଉଛି। ଡାକ୍ତରୀ ଟିମ୍‌ ଲଗାତାର ଜେଲ୍‌ର ଅନ୍ୟ କଏଦୀମାନଙ୍କର ଯାଞ୍ଚ କରୁଛନ୍ତି।

ଡାକ୍ତରଙ୍କ କହିବା ହେଲା, ଯେଉଁ ବି କଏଦୀ ଏଚ୍‌ଆଇଭିରେ ସଂକ୍ରମିତ ହେଉଛନ୍ତି, ସେମାନଙ୍କୁ ରାଷ୍ଟ୍ରୀୟ ଏଡ୍‌ସ ନିୟନ୍ତ୍ରଣ ସଙ୍ଗଠନ (ଏନ୍‌ଏସିଓ)ର ନିୟମ ଅନୁସାରେ ମାଗଣା ଚିକିତ୍ସା ଏବଂ ଔଷଧ ପ୍ରଦାନ କରାଯାଉଛି।

ତେବେ ସୂଚନା ଅନୁସାରେ, ବର୍ତ୍ତମାନ ଜେଲ୍‌ରେ ୧୬୨୯ ଜଣ ପୁରୁଷ ଏବଂ ୭୦ ମହିଳା କଏଦୀ ଅଛନ୍ତି। ଏତେ ସଂଖ୍ୟକ କଏଦୀ ଏଚ୍‌ଆଇଭି ପଜିଟିଭ ବାହାରିବା ପରେ ଜେଲ୍‌ ପ୍ରଶାସନ ନିଜେ ମଧ୍ୟ କଏଦୀମାନଙ୍କୁ ନିୟମିତ ଭାବରେ ଯାଞ୍ଚ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.