ଆଜି ଭୁବନେଶ୍ୱରରୁ ୩୧୬ ଜଣ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର(କେ ନ୍ୟୁଜ): ଆଜି ଭୁବନେଶ୍ୱରରୁ ୩୧୬ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯେବେକି ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୩୩୯ ଜଣ । ଆଜିର ଚିହ୍ନଟ ସଂଖ୍ୟାକୁ ମିଶାଇ ରାଜଧାନୀରେ ମୋଟ ଆକ୍ରାନ୍ତ ସଂଖ୍ୟା ୯୩ ହଜାର ୭୦୭ କୁ ବୃଦ୍ଧି ପାଇଥିବା ବେଳେ ୫୧୧ ଜଣଙ୍କ ଜୀବନ ଯାଇସାରିଲାଣି । ଏଯାବତ ୯୨ ହଜାର ୦୧୮ ସୁସ୍ଥ ହୋଇ ଫେରିଥିବା ବେଳେ ୧୧୫୭ଟି ଆକ୍ଟିଭ କେସ ଥିବା ଜଣାଯାଇଛି ।ଆଜିର ଚିହ୍ନଟଙ୍କ ମଧ୍ୟରୁ କ୍ଵାରିଣ୍ଟିନରୁ ୬୭ ଜଣ ଥିବାବେଳେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୬୭ ଜଣ ସଂକ୍ରମିତ ହୋଇଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.