Below header

ଲୋଡିଂ କାପାସିଟି ଓ ଡ୍ରାଇଭିଂ ରେଞ୍ଜ ସହିତ Zypp ପକ୍ଷରୁ ଲଞ୍ଚ ହେବାକୁ ଯାଉଛି ନୂଆ ଇଲେକଟ୍ରିକ ସ୍କୁଟର

ଇଲେକଟ୍ରିକ ଦୁନିଆରେ ଷ୍ଟାର୍ଟଅପ୍ସ ଖୁବ ଭଲ ପ୍ରଦର୍ଶନ ଜାରୀ ରଖିଛି । ନୂଆ ଜ୍ଞାନ କୌଶଳ ସହିତ ଅତ୍ୟାଧୁନିକ ଶୈଳୀରେ ଇଲେକଟ୍ରିକ ବାହନ ତିଆରି କରୁଛି । ଲୋକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ନୂଆ ଇଲେକଟ୍ରିକ ବାହନ ଲଞ୍ଚ ହେବାକୁ ଯାଉଛି । ତେଲ ଦର ବୃଦ୍ଧିକୁ ନେଇ ଲୋକଙ୍କ ବ୍ୟାଟେରୀ ଚାଳିତ ଗାଡ଼ି ପାଇଁ ଅନେକ ରୁଚି ବଢ଼ିଛି ।

ଲୋକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ଦେଶର ପ୍ରମୁଖ ଗାଡ଼ି କମ୍ପାନୀ Zypp ଲାଷ୍ଟ ମାଇଲ ଡେଲିଭରୀ ସେଗମେଣ୍ଟରେ ପାୱରଫୁଲ Corgo ଇଲେକଟ୍ରିକ ବାହନ ଲଞ୍ଚ କରିବାକୁ ଯାଉଛି । ଏହାକୁ ନେଇ କମ୍ପାନୀ ତରଫରୁ ଅଧିକାରୀକ ୱେବବସାଇଟରେ ସୂଚନା ମିଳିଛି ।

ଏହି ସ୍କୁଟର ୨୫୦ କିଲୋଗ୍ରାମ ପର୍ଯ୍ୟନ୍ତ ଭାର ଉଠାଇ ପାରିବ । ଏହାର ସ୍ପିଡ ୧୨୦ କିଲୋମିଟର ରହିଛି । କମ୍ପାନୀ ପକ୍ଷରୁ ଏହି ଗାଡ଼ିରେ 40 Ahର ବ୍ୟାଟେରୀ ଦିଆଯାଇଛି । ଏଥିରେ ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କଂସୋଲ, ମେଟଲ ବଡିୱାର୍କ ରହିଛି । ଏହାକୁ ଟାକ୍ସି ଆକାରରେ ମଧ୍ୟ ବ୍ୟବହାର କରିପାରିବେ । ଟ୍ରାନ୍ସପୋର୍ଟ ପାଇଁ IoTଇନେବଲ୍ଡ ଫିଚର୍ସ ଦିଆଯାଇଛି । ଖୁବ ଶୀଘ୍ର ଏହା ଭାରତରେ ଲଞ୍ଚ ହେବାକୁ ଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.