ନିର୍ଯାତନା ଅଭିଯୋଗ ଆଣି ସ୍ୱାମୀକୁ ବନ୍ଧାଇଲେ ପ୍ରଥମ ସ୍ତ୍ରୀ

ଭୁବନେଶ୍ୱର(କେ ନ୍ୟୁଜ):  ପ୍ରଥମ ସ୍ତ୍ରୀର ଅଭିଯୋଗରେ ସ୍ୱାମୀ କୁ ଗିରଫ କଲା ମଞ୍ଚେଶ୍ୱର ଥାନା ପୋଲିସ। ବାରମ୍ବାର ସ୍ତ୍ରୀକୁ ମାନସିକ ଓ ଶାରୀରିକ ନିର୍ଯାତନାଦେଇ ଆସୁଥିଲେ ଅଭିଯୁକ୍ତ । ଅଭିଯୁକ୍ତ ଜଣକ ହେଉଛନ୍ତି ଶିବେନ୍ଦ୍ର ବେହେରା। ତାଙ୍କ ଘର ମଞ୍ଚେଶ୍ୱର ଗାଡକଣା ଅଂଚଳରେ।
ପ୍ରଥମ ସ୍ତ୍ରୀ ଥିବା ସତ୍ତ୍ୱେ ସେ ଆଉ ଜଣଙ୍କୁ ବିବାହ କରିଥିବା ଅଭିଯୋଗ ହୋଇଛି । ଗିରଫ ପରେ ଶିବେନ୍ଦ୍ରଙ୍କୁ କୋର୍ଟ ଚାଲାଣ କରିଛି ମଞ୍ଚେଶ୍ୱର ଥାନା ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.