Below header

ଉତ୍ତର ପ୍ରଦେଶରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା ଭଂଡୁର , ୨ ଆତଙ୍କବାଦୀ ଗିରଫ

ଲକ୍ଷ୍ମୌ : ଉତ୍ତର ପ୍ରଦେଶରେ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ଭଂଡୁର କରିଛି ଉତ୍ତର ପ୍ରଦେଶ ଏଟିଏସ୍‌ ଟିମ୍‌ । ଉତ୍ତର ପ୍ରଦେଶର ବିଭିନ୍ନ ସହରରେ ସିରିଜ ବୋମା ବିସ୍ଫୋରଣ ଷଡଯନ୍ତ୍ର କରୁଥିବା ୨ ଆତଙ୍କବାଦୀଙ୍କୁ ଏଟିଏସ୍‌ ଗିରଫ କରିବା ପରେ ଏହି ଖବର ଜଣାପଡ଼ିଛି । ଏଟିଏସ ଏହି ୨ ଆତଙ୍କବାଦୀଙ୍କୁ ଜେରା କରିବା ପରେ ସାଂଘାତିକ ଷଡ଼ଯନ୍ତ୍ରର ସୁରାକ ମିଳିଛି।

ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା ଭଣ୍ଡୁର। ଉତ୍ତର ପ୍ରଦେଶର ବିଭିନ୍ନ ସହରରେ ସିରିଜ ବୋମା ବିସ୍ଫୋରଣର ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିଛି ଉତ୍ତରପ୍ରଦେଶ ଏଟିଏସ। ୟୁପି ଏଟିଏସ ଦ୍ୱାରା ଗିରଫ ୨ ଆତଙ୍କବାଦୀଙ୍କୁ ଜେରାରେ ମିଳିଛି ସାଂଘାତିକ ଷଡ଼ଯନ୍ତ୍ରର ସୁରାକ।
ସନ୍ଦିଗ୍ ଆତଙ୍କବାଦୀଙ୍କ କାଶ୍ମୀର ଲିଙ୍କ ରହିଥିବା ଉତ୍ତରପ୍ରଦେଶ ଏଟିଏସ୍ ଆଇଜି ଜିକେ ଗୋସ୍ୱାମୀ କହିଛନ୍ତି।

terrorist from kakori
photo credit: indiatvnews.com

ତେବେ କେଉଁ ଆତଙ୍କବାଦୀ ସଂଗଠନର ବୋଲି ସ୍ପଷ୍ଟ ସୂଚନା ମିଳିନାହିଁ। ଏମାନେ ସ୍ଲିପରସେଲ ଭାବେ ଆକ୍ଟିଭ ଥିଲେ। ଆଜି କିମ୍ବା ଆସନ୍ତାକାଲି ଲକ୍ଷ୍ନୌରେ ବିସ୍ଫୋରଣ କରିବାର ଯୋଜନା ରହିଥିଲା। ରାଜ୍ୟରେ ସନ୍ଦିଗ୍ଧ ଆତଙ୍କବାଦୀ ଥିବା ନେଇ ୟୁପି ଏଟିଏସ ଓ ପୋଲିସ ଲକ୍ଷ୍ନୌରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। କାକୋରୀ ଅଞ୍ଚଳର ଜଣେ ସନ୍ଦିଗ୍ଧ ଆତଙ୍କବାଦୀ ଘରେ ଏମାନେ ଥିବା ବେଳେ ସେମାନଙ୍କୁ ଗିରଫ କରାଯାଇଛି।

ଆଜି ସକାଳୁ ୟୁପି ଏଟିଏସର କମାଣ୍ଡୋ ଓ ପୋଲିସ ଫୋର୍ସ ଏକାଠି କାକୋରୀ ଅଞ୍ଚଳରେ ଘରକୁ ଘର ଖାନତଲାସ କରିଥିଲେ। ଆତଙ୍କବାଦୀ ଲୁଚିଥିବା କୋଠାରୁ ବିପୁଳ ପରିମାଣର ବିସ୍ଫୋରକ, ପ୍ରେସର କୁକର ବୋମା ଓ ଆତଙ୍କବାଦ ସଂପର୍କୀତ କାଗଜପତ୍ର ଜବତ କରାଯାଇଛି।

କଶ୍ମୀର ଲିଙ୍କ ନେଇ ଏମାନଙ୍କ ସଂପର୍କରେ ତଥ୍ୟ ହାସଲ କରିବାକୁ ଏଟିଏସ ଜମ୍ମୁ କଶ୍ମୀର ପୋଲିସ ସହ ଯୋଗାଯୋଗ କରିଛି। ବର୍ତ୍ତମାନ ସୁଦ୍ଧା ସର୍ଚ୍ଚ ଅପରେସନ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.