Below header

ଯୌତୁକ ପାଇଁ ପ୍ରତାଡନା ଦେଇଥିବା ସ୍ୱାମୀ ଉପରେ ଲାଗୁ ହେବ ହତ୍ୟା ମକଦ୍ଦମା, ସୁପ୍ରିମକୋର୍ଟ ଦେଲେ ଆଦେଶ

ନୂଆଦିଲ୍ଲୀ : ଯୌତୁକ ନିର୍ଯାତନା ଦେବା ଅଭିଯୋଗରେ ପତି ଉପରେ ହତ୍ୟା ମକଦ୍ଦମା ଚାଲିବ ବୋଲି ଆଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଜଣେ ଝିଅର ପିତାଙ୍କ ମାମଲା ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଏହି ଆଦେଶ ଦେବା ସହ ହାଇକୋର୍ଟଙ୍କ ହତ୍ୟା ମାମଲା ରଦ୍ଦ ଆଦେଶକୁ ଖାରଜ କରିଛନ୍ତି ।

ଏହି ମାମଲାରେ ସୁପ୍ରିମକୋର୍ଟ କହିଛନ୍ତି ଯେ ନିମ୍ନ ଅଦାଲତରେ ଯେତେବେଳେ ୩୦୨ ଦଫାରେ ଟ୍ରାଏଲ ଚାଲିଛି ଓ ଅଭିଯୋଗକାରୀ ପକ୍ଷର ସବୁ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଛି ସେତେବେଳେ ହାଇକୋର୍ଟ ଆଇପିସି ୩୦୨ ଦଫାରେ ଚାଲିଥିବା ମାମଲାକୁ ରଦ୍ଦ କରିପାରିବେନାହିଁ । ଜଷ୍ଟିସ ଆର୍‌ ଏଫ୍‌ ନରିମନ୍‌,କେ ଏମ୍‌ ଜୋସେଫ ଏବଂ ବି ଆର୍‌ ଗବଇଙ୍କ ଖଣ୍ଡପୀଠ ଏହି ଆଦେଶ ଦେଇଛନ୍ତି ।

ରାଜସ୍ଥାନର ଭରତପୁରରେ ଏହି ମାମଲାରେ ଝିଅର ଶବ ଫାଶିରେ ଲଟକିଥିଲା ବେଳେ ପତି ନାମରେ ଯୌତୁକ ନିର୍ଯାତନା ଓ ମୃତ୍ୟୁ ପାଇଁ ଉସୁକେଇବା ଭଳି ମକଦ୍ଦମା ଜାରି ରହିଥିଲା । ନିମ୍ନ ଅଦାଲତ ସାକ୍ଷୀ ଓ ପ୍ରମାଣକୁ ଭିତ୍ତି କରି ପତି ଉପରେ ୧୬ ମଇ ୨୦୧୬ ରେ ୩୦୨ ଦଫାରେ ହତ୍ୟା ମାମଲା ଚଳାଇବାକୁ ଆଦେଶ ଦେଇଥିଲେ ।

ହେଲେ ହାଇକୋର୍ଟ ୧୦ ଜାନୁଆରୀ ୨୦୧୮ ରେ ପତିର ପୁନଃ ଆବେଦନର ଶୁଣାଣି କରି ୩୦୨ ଦଫାରେ ମକଦ୍ଦମା ଚଳାଇବା ଆଦେଶକୁ ରଦ୍ଦ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.