ଚଳିତବର୍ଷ ଶାବର ଶ୍ରୀକ୍ଷେତ୍ରରେ ଗଡିବନି ରଥ

କୋରାପୁଟ (କେନ୍ୟୁଜ୍‌) : ଚଳିତବର୍ଷ କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ଗଡିବନି ରଥ । ନୀତିକାନ୍ତି ପାଇଁ ସୀମିତ ସେବାୟତଙ୍କ ଦ୍ଵାରା ଚତୁର୍ଦ୍ଧାମୂର୍ତ୍ତିଙ୍କ ଧାଡି ପହଣ୍ଡି ହେବ । ପରମ୍ପରାକୁ ବଜାଇ ରଖିବା ସକାଶେ ନିର୍ମିତ ସାନ ରଥରେ ମହାପ୍ରଭୁ ରଥାରୁଢ଼ ହେବା ପରେ ଛେରା ପହଁରା ଓ ଅନ୍ୟାନ୍ୟ ନୀତିକାନ୍ତି ସମାପନ କରାଯିବ ।

ପରେ ରଥାରୁଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପହଣ୍ଡି ବିଜେ କରି ମନ୍ଦିର ପରିସରରେ ତିଆରି ହୋଇଥିବା ଅସ୍ଥାୟୀ ଗୁଣ୍ଡିିଚା ମନ୍ଦିରକୁ ନିଆଯିବ । ଏଥିପାଇଁ ମନ୍ଦିର କମିଟି ପକ୍ଷରୁ ନିର୍ମିତ କରାଯାଇଛି ଛୋଟ ରଥ ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ କରୋନାକୁ ଦୃଷ୍ଟିରେ ରଖି ପ୍ରତିକାତ୍ମକ ଭାବେ ରଥାରୁଢ଼ କରାଯିବ ବୋଲି ମନ୍ଦିର କମିଟି ପକ୍ଷରୁ କୁହାଯାଇଛି ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.