ଆଜି ରାଜଧାନୀରୁ ୫୧ ନୂଆ ପଜିଟିଭ କେସ, ସୁସ୍ଥ ହେଲେ ୭୧ ଆକ୍ରାନ୍ତ

ଭୁବନେଶ୍ୱର(କେ ନ୍ୟୁଜ): ଗତ ୨୪ ଘଣ୍ଟା ଭିତରେ ଭୁବନେଶ୍ୱରରୁ ୫୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜଧାନୀରେ ମୋଟ ଆକ୍ରାନ୍ତ ସଂଖ୍ୟା ୩୦ ହଜାର ୭୦ କୁ ବୃଦ୍ଧି ପାଇଛି । ଯେବେକି ଏବେ ସହରରେ ୭୧୨ ଟି ଆକ୍ଟିଭ କେଶ ରହିଛି । ବର୍ତ୍ତମାନ ସୁଦ୍ଧା ୨୯ ଲକ୍ଷ ୧୪୫ ଜଣ ଆରୋଗ୍ୟ ହୋଇ ଫେରିଥିବା ବେଳେ ୧୯୨ ଜଣଙ୍କର ମୃତ୍ୟୁ ହୋଇଛି ।

ଆଜିର ଚିହ୍ନଟଙ୍କ ମଧ୍ୟରୁ ୧୬ ଜଣ ପୂର୍ବରୁ କ୍ଵାରେଣ୍ଟୀଂନ ସେଣ୍ଟରରେ ଥିବା ବେଳେ ୧୬ ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଜଣାଯାଇଛି । ଯେବେକି ଏମଧ୍ୟରୁ ୩୫ ଜଣ ଲୋକାଲ କଣ୍ଟକଟ ସଂପର୍ଶରେ ଆସି ସଂକ୍ରମିତ ହୋଇଥିବା ନେଇ ରିପୋର୍ଟ ଆସିଛି ।