ଭୁବନେଶ୍ୱର: ଶିଶୁଭବନ ଛକ ସ୍ଥିତ ଟ୍ରାଫିକ ପୋଷ୍ଟ ଉପରେ ମାଡ଼ିଗଲା ଜେସିବି, ଅଳ୍ପକେ ରକ୍ଷା ପାଇଲେ ଟ୍ରାଫିକ କନେଷ୍ଟେବଲ

ଭୁବନେଶ୍ୱର(କେ ନ୍ୟୁଜ): ଆଜି ସକାଳ ସମୟରେ ଏକ ଟ୍ରାଫିକ ପୋଷ୍ଟ ଉପରେ ଏକ ଜେସିବି ଗାଡି ଅଚାନକ ଚଢ଼ିଯାଇଛି । କିନ୍ତୁ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନଥିବା ଜଣାଯାଇଛି । ସୂଚନା ମୁତାବକ ଶିଶୁଭବନ ଛକରେ ଦାୟିତ୍ୱରେ ଥିବା ଟ୍ରାଫିକ ପୋଲିସ କନେଷ୍ଟେବଲ ବିଜୟ କୁମାର ସାହୁ ସିଗ୍ନାଲ ଦେଉଥିବା ସମୟରେ ଏୟାରପୋର୍ଟ ଛକ ପଟରୁ ଆସୁଥିବା ଏକ ଜେସିବି ଗାଡି ଭାରସ୍ୟାମ ହରାଇ ମାଡି ଯାଇଥିଲା ।

କିନ୍ତୁ ଏହି ଅଚାନକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତୀ ଯାଇଥିଲେ ଟ୍ରାଫିକ ପୋଲିସ କନେଷ୍ଟେବଲ । ଏନେଇ କ୍ୟାପିଟାଲ ଥାନାରେ ଜେସିବି ଡ୍ରାଇଭରଙ୍କ ନାଁରେ ଏକ ମାମଲା ଦାୟର ହୋଇଛି । ଥାନାରେ ଡ୍ରାଇଭରଙ୍କୁ ଅଟକ ରଖାଯାଇ ପଚରାଉଚୁରା କରାଯାଇ ପରେ ଛାଡି ଦିଆଯାଇଥିବା ଜଣାଯାଇଛି । ଯାନ୍ତ୍ରିକ ତ୍ରୁଟି କାରଣରୁ ଏପରି ଏକ ଅଘଟଣ ଘଟିଥିବା ନେଇ ଜେସିବି ଡ୍ରାଇଭର ଜଣଙ୍କ ନିଜ ବୟାନରେ କହିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.