ଲଗାଣ ବର୍ଷାରେ ବେହାଲ୍‌ ଟ୍ଵିନ୍‌ସିଟି: ତଳି ଅଞ୍ଚଳରେ ଲୋକଙ୍କ ଘରେ ପଶିଥିଲା ପାଣି

କିଛି ଘଂଟାର ଲଗାଣ ବର୍ଷାରେ ଉବୁଟୁବୁ ରାଜଧାନୀ । ଭୁବନେଶ୍ୱରର ବିଭିନ୍ନ ସ୍ଥାନ ଏବେ ଜଳବନ୍ଦୀ ହୋଇ ଯାଇଛି । ରାସ୍ତାଘାଟ ଛାଡନ୍ତୁ ଲୋକଙ୍କ ଘରେ ବି ପସିଛି ବର୍ଷା ପାଣି । ଗତକାଲିଅପରାହ୍ଣରେ ପ୍ରାୟ ୫ ଘଂଟା ଧରି ପ୍ରବଳ ବର୍ଷା ହୋଇଛି । ତେବେ ସକାଳ ୮ଟାରୁ ସନ୍ଧ୍ୟା ୫ଟା ଭିତରେ ରାଜଧାନୀରେ ୧୮୬ ମିଲିମିଟର ବର୍ଷା ରେକର୍ଡ ହୋଇଛି

ଭୁବନେଶ୍ୱର (କେନ୍ୟୁଜ): ଲଗାଣ ବର୍ଷାରେ ଟ୍ଵିନ୍‌ସିଟିର ହାଲ୍‌ ବେହାଲ୍‌। ବୁଡ଼ିଲା ରାଜଧାନୀ, ଚାଲିଲା ବୋଟ୍‌। ବିଜୁଳି ଘଡ଼ଘଡ଼ି ସହ ରାଜଧାନୀରେ ମୂଷଳଧାରାରେ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଲା । ଅପରାହ୍‌ଣରୁ ନିର୍ଘାତ ବର୍ଷିଲା । ରାତି ଯାଏ ନିସ୍ତାର ମିଳିଲାନି । ୫ ଘଣ୍ଟା ବର୍ଷାରେ ଭୁବନେଶ୍ୱରରେ ବନ୍ୟା ଭଳି ସ୍ଥିତି ସୃଷ୍ଟି ହେଲା। ଏମିତି ବର୍ଷା ହେଲା ଯେ ଅନେକ ଅଞ୍ଚଳ ବାହ୍ୟ ଜଗତରୁ ବିଛିନ୍ନ ହୋଇଗଲା। ତଳି ଅଞ୍ଚଳରେ ଲୋକଙ୍କ ଘରେ ପଶିଥିଲା ପାଣି ।

ବିଶେଷ କରି ବସ୍ତି ଅଞ୍ଚଳର ହାଲ୍‌ ବେହାଲ୍‌ କରିଥିଲା ବର୍ଷା । ଆଇଗଣିଆ, ରାଜୀବ ନଗର ଓ ଜାଗମରା ପଞ୍ଚଶଭା ନଗରରେ ଚାଲିଲା ବୋଟ୍‌। ପ୍ରାୟ ୭୦୦ରୁ ଅଧିକ ଲୋକଙ୍କୁ ପାଣି ଘେରରୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ଲୋକଙ୍କୁ ନିକଟସ୍ଥ ସ୍କୁଲ ଓ କମ୍ୟୁନିଟି ସେଣ୍ଟରରେ ରଖାଯାଇଛି। ଘଣ୍ଟା ଘଣ୍ଟା ଧର୍‌ ଦେଖାଦେଇଥିଲା ଟ୍ରାଫିକ୍‌ ସମସ୍ୟା । ବିଏମ୍‌ସି ଓ ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରାୟ ୨୫ଟି ଜାଗାରେ ପାଣି ନିଷ୍କାସନ ଚାଲିଛି। ସାରା ରାତି ଚାଲିଥିଲା ଉଦ୍ଧାର କାର୍ଯ୍ୟ। ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରେ ୨୫୮ ମିଲିମିଟର ବର୍ଷା ରେକର୍ଡ ହୋଇଛି । ୧୯୬୯ ଜୁଲାଇ ୩୦ରେ ୨୮୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.