Below header

ଗର୍ଡର ଲଞ୍ଚିଂ ମେସିନ ପଡ଼ିବାରୁ ୧୫ ଜଣଙ୍କ ମୃତ୍ୟୁ : ଆଉ କିଛି ଶ୍ରମିକ ଫସି ରହିଥିବା ଆଶଙ୍କା

ମହାରାଷ୍ଟ୍ର ଥାନେରେ ବଡ଼ ଦୁର୍ଘଟଣା। ଗର୍ଡର ଲଞ୍ଚିଂ ମେସିନ ଭାଙ୍ଗି ୧୫ ଜଣଙ୍କ ମୃତ୍ୟୁ। ଥାନେର ଖୁଟଡି ସର୍ଲାମ୍ବେ ଗାଁର ଏହି ଅଘଟଣ ଘଟିଛି। ବ୍ରିଜ ନିର୍ମାଣ ସମୟରେ ଗର୍ଡର ମେସିନ୍‌ ଖସିଯିବାରୁ ୧୫ ଜଣଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ NDRFର ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ନୂଆଦିଲ୍ଲୀ : ମହାରାଷ୍ଟ୍ର ଥାନେରେ ବଡ଼ ଦୁର୍ଘଟଣା। ଗର୍ଡର ଲଞ୍ଚିଂ ମେସିନ ଭାଙ୍ଗି ୧୫ ଜଣଙ୍କ ମୃତ୍ୟୁ। ଥାନେର ଖୁଟଡି ସର୍ଲାମ୍ବେ ଗାଁର ଏହି ଅଘଟଣ ଘଟିଛି। ବ୍ରିଜ ନିର୍ମାଣ ସମୟରେ ଗର୍ଡର ମେସିନ୍‌ ଖସିଯିବାରୁ ୧୫ ଜଣଙ୍କ ମୃତ୍ୟୁ ହୋଇଛି। ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ସମୃଦ୍ଧି ଏକ୍ସପ୍ରେସ୍‌ ହାଇେଓ୍ଵ ଉପରେ ରାତିରେ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ୧୦୦ ଫୁଟ ତଳକୁ ଖସିପଡିଥିଲା ଗର୍ଡର ମେସିନ୍‌। ଘଟଣାସ୍ଥଳରେ NDRFର ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମେସିନ୍‌ ତଳେ ଆହୁରି କିଛି ଲୋକ ଦବି ରହିଥିବା ଆଶଙ୍କା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.