Below header

ଭୁବନେଶ୍ୱରରେ ରେକର୍ଡ କଲା ତାପମାତ୍ରା, ଇତିହାସରେ ପ୍ରଥମ

ଭୁବନେଶ୍ୱର(କେ ନ୍ୟୁଜ): ଶୀତ ଗଲା, ଏବେ ତାତିରେ ସିଝିବ ସାରା ଓଡ଼ିଶା। ରାଜ୍ୟରେ ବଢୁଛି ତାପମାତ୍ରା । ରାଜଧାନୀ ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଇତିହାସରେ ସର୍ବାଧିକ ଦିନ ତାପମାତ୍ରା ରେକର୍ଡ ହୋଇଛି । ଗତକାଲି ରାଜଧାନୀରେ ରାଜ୍ୟର ସର୍ବାଧିକ ତାପମାତ୍ରା ଥିଲା ୩୭.୩ ଡିଗ୍ରୀ । ଆସନ୍ତା ୨ରୁ ୩ ଦିନରେ ତାପମାତ୍ରା ଆହୁରି ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । ମାର୍ଚ୍ଚ ପହିଲା ସୁଦ୍ଧା ରାଜ୍ୟର ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି ।

ତେଣୁ ଚଳିତ ବର୍ଷ ଗରମ ଶୀଘ୍ର ଆସିଥିବା ବେଳେ ଖରାର ପ୍ରକୋପ ମଧ୍ୟ ଅଧିକ ରହିବ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟରେ ଦିନବେଳା ତାପମାତ୍ର ବୃଦ୍ଧି ହୋଇଥିବା ବେଳେ ରାତିରେ ସେହି ଅନୁସାରେ ତାପମାତ୍ରା ବଢିନାହିଁ । ଗଲା କିଛି ବର୍ଷର ଫେବୃଆରୀ ୨୩ ତାରିଖର ରେକର୍ଡକୁ ଦେଖାଯାଏ ତେବେ ୨୦୧୧ରେ ଏହି ଦିନ ୩୭.୫ ଡିଗ୍ରୀ ସେଲ୍ସିୟସ ତାପମାତ୍ରା ଥିବା ବେଳେ ୨୦୧୨

ରେ ୪୦.୧ ରେ ଥିବା ନେଇ ରେକର୍ଡ ହୋଇଛି । ସେହିପରି ୨୦୧୬ ରେ ୪୦.୯ ଡିଗ୍ରୀ ସେଲ୍ସିୟସ, ୨୦୧୮ ରେ ୩୮.୨ ଡିଗ୍ରୀ, ୨୦୧୯ ରେ ୩୯
.୪ ଡିଗ୍ରୀ ତାପମାତ୍ରା ଥିବା ନେଇ ରେକର୍ଡ ହୋଇଛି । କିନ୍ତୁ ଏହା ପୂର୍ବରୁ ୧୯୬୩ ମସିହାରେ ଏହି ଦିନ ସର୍ବାଧିକ ୪୨.୭ ଡିଗ୍ରୀ ଥିବା ନେଇ ରେକର୍ଡ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.