Below header

ଯୋରନ୍ଦାରେ ଜୋରଶୋର ଚାଲିଛି ପ୍ରସ୍ତୁତି ପର୍ବ, କେବଳ କୋଭିଡ ନେଗେଟିଭଙ୍କୁ ହିଁ ମିଳିବ ଅନୁମତି

ଢେଙ୍କାନାଳ(କେ ନ୍ୟୁଜ):  କରୋନା ସଂକ୍ରମଣ ବଢିବା ଆଶଙ୍କାରେ ଢେଙ୍କାନାଳ ଯୋରନ୍ଦା ମେଳା ପାଇଁ କଟକଣା । ଯୋରନ୍ଦା ମେଳାକୁ କେବଳ କୋଭିଡ୍‌ ନେଗେଟିଭ୍‌ ଥିବା ଢେଙ୍କାନାଳ ଜିଲ୍ଲାର ସାଧୁସନ୍ଥଙ୍କୁ ଅନୁମତି ମିଳିବ । ସାଧାରଣ ଲୋକ, ଜିଲ୍ଲା ଓ ରାଜ୍ୟ ବାହାରୁ ଆସୁଥିବା ସାଧୁସନ୍ଥଙ୍କୁ ବାରଣ କରାଯାଇଛି । ଯୋରନ୍ଦା ମେଳାରେ ବହୁ ଲୋକଙ୍କ ସମାଗମ ହେଲେ ଜିଲ୍ଲାରେ କରୋନା ବ୍ୟାପିବା ସମ୍ଭାବନା ରହିଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ଯୋରନ୍ଦା ମେଳାରେ କେବଳ ରୀତିନୀତି ପାଳନ କରାଯିବ । ଗାଦି ମନ୍ଦିରରେ ଝାଡ ଜଳିବା ସମୟରେ ସାମାଜିକ ଦୂରତା ପାଳନ କରାଯିବ ।

ସମସ୍ତ ସାଧୁସନ୍ଥ ମାସ୍କ ପିନ୍ଧି, ନେଗେଟିଭ୍‌ ରିପୋର୍ଟ ଦେଖାଇ ସାମାଜିକ ଦୂରତା ପାଳନ କରି ଯୋରନ୍ଦା ମେଳା ପରିସରକୁ ପ୍ରବେଶ କରିପାରିବେ । ଆସନ୍ତା ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ଯୋରନ୍ଦାରେ ମାଘ ମେଳା ଅନୁଷ୍ଠିତ ହେବ । ତେବେ ପୁଣି ଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବାରୁ କୋଭିଡ୍‌ କଟକଣା ଅନୁଯାୟୀ ଚଳିତ ବର୍ଷ ମାଘ ମେଳା ପାଳନ କରିବାକୁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.