ଶୁଖିଲା ବାଦାମ କି ଭିଜା ହୋଇଥିବା ବାଦାମ, ଜାଣନ୍ତୁ ଗରମ ଦିନରେ ଆପଣଙ୍କ ପାଇଁ କେଉଁଟା ସଠିକ୍

ବାଦାମ ଖାଇବା ଯେତିକି ସ୍ବାଦିଷ୍ଟ ସେତିକି ଶରୀରକୁ ମଜବୁତ ବନାଇଥାଏ। ସ୍ମରଣ ଶକ୍ତି ବଢାଇବା ପାଇଁ ବାଦାମ ଖାଇବା ଲାଭଦାୟକ। ଆପଣ ରାତିରେ ଭିଜାଇଥିବା ବାଦାମକୁ ସକାଳୁ ଖାଇଥିବେ। କିନ୍ତୁ ବାଦାମକୁ ଭିଜାଇ କିମ୍ବା ଶୁଖିଲା ଖାଇଲେ ଲାଭ ମିଳିଥାଏ ତାହା ଜାଣିବା ନିତାନ୍ତ ଜରୁରୀ।

ଧୀରେ ଧୀରେ ଗରମ ଆରମ୍ଭ ହେଲାଣି। ଏମିତିରେ ଅନେକ ଲୋକ ଖରାଦିନରେ କଞ୍ଚା ବାଦାମ ଖାଆନ୍ତି ନାହିଁ। କଞ୍ଚା ବାଦାମ ଶରୀରରେ ଗରମ ଉତ୍ପନ୍ନ କରିଥାଏ। ଏକ ରିପୋର୍ଟ ଅନୁସାରେ, ଖରା ଦିନରେ ବାଦାମକୁ ଭିଜାଇ ଖାଇବା ଦ୍ବାରା ଏଥିରେ ଥିବା ପୋଷକ ତତ୍ତ୍ବ ଶରୀର ଦ୍ବାରା ଅବଶୋଷିତ ହୋଇଥାଏ। ଏହା ଆମ ଶରୀରରେ ଗରମ ଉତ୍ପନ୍ନ କରେନାହିଁ। ଏହାସହିତ ଭିଜା ହୋଇଥିବା ବାଦାମ ଶରୀର ଦ୍ବାରା ଅବଶୋଷିତ ପୋଷକ ତତ୍ତ୍ବ ଏବଂ ଭିଟାମିନ ସଂଖ୍ଯା ବଢାଇଥାଏ।

almonds

ଭିଜା ହୋଇଥିବା ବାଦାମ ଖାଇବାର ଫାଇଦା:

ଭିଜା ହୋଇଥିବା ବାଦାମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ। ବାଦାମ ଚୋପାରେ ଟେନିନ ରହିଥାଏ। ଏଥିପାଇଁ ଖାଇବା ପୂର୍ବରୁ ଚୋପା କାଢିଦେବା ଉଚିତ। ଏହାଦ୍ବାରା ସହଜରେ ପାଚନ ହୋଇଥାଏ। ମସ୍ତିଷ୍କ କ୍ଷମତା ବଢିବା ସହିତ ଆୟୁଷ ଅଧିକ ହୋଇଥାଏ। ଏଥିରେ ପ୍ରୋଟିନ, ଭିଟାମିନ ଇ, ଓମେଗା ୩, ଫାଇବର ସଂପୂର୍ଣ୍ଣ ମାତ୍ରାରେ ରହିଥାଏ।

ଫାଇବର ଏଥିରେ ଭରପୂର ଥିବା ଯୋଗୁଁ କ୍ଯାନସର ବିପଦକୁ ଏଡାଇଥାଏ।ବାଦାମରେ ଥିବା ଫ୍ଲେବୋନୋଏଡସ, ଫାଇଟୋକେମିକାଲ୍ସ ଏବଂ ଭିଟାମିନ ଇ ସ୍ତନ କ୍ଯାନସର କୋଷିକାର ପ୍ରଗତିକୁ ନିୟନ୍ତ୍ରିତ କରିଥାଏ।

କ୍ଯାନସର ବିପଦକୁ ଏଡାଇବା ସହିତ ବାଦାମରେ ଥିପା ପଲିଅନସାଚୁରେଟେଡ ବସା ଏବଂ ମୋନୋଅନସାଚୁରେଡଟ ବସାର ଏକ ବଡ ସ୍ରୋତ ରହିଥାଏ। ଯାହା କୋଲେଷ୍ଟ୍ରଲ ସ୍ତରକୁ କମ୍ କରିବାରେ ସହାୟକ ହୋଇଥାଏ।

Leave A Reply

Your email address will not be published.