Below header

ଧର୍ମଶାଳା ପୋଲିସକୁ ବଡ ସଫଳତା : ଡକାୟତି ଗ୍ୟାଙ୍ଗର ୫ଜଣ ଗିରଫ, ଲୁଟ ସୁନା ଅଳଙ୍କାର, ନଗଦ ଟଙ୍କା, ବ୍ୟବହୃତ କାର ସହ ବିଭିନ୍ନ ମାରଣାସ୍ତ୍ର ଜବତ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ଧର୍ମଶାଳା ପୋଲିସକୁ ବଡ ସଫଳତା । ଲୁଟ ଓ ଛିନତାଇ କରୁଥିବା ଗ୍ୟାଙ୍ଗର ୫ଜଣ ଅଭିଯୁକ୍ତକୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଲୁଟ ସୁନା ଅଳଙ୍କାର, ନଗଦ ଟଙ୍କା, ବ୍ୟବହୃତ କାର, ବନ୍ଧୁକ ସହ ବିଭିନ୍ନ ମାରଣାସ୍ତ୍ର ଜବତ କରିଛି ଧର୍ମଶାଳା ପୋଲିସ । ସୂଚନା ମୁତାବକ ଧର୍ମଶାଳା ଥାନା ଅନ୍ତର୍ଗତ ଖଣ୍ଡିଆବନ୍ଦି ଅଂଚଳରୁ ଗତ କିଛି ଦିନ ତଳେ ଲୁଟ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା ।

ଏହି ଘଟଣାର ପୁଲିସ ତଦନ୍ତ କରିବାକୁ ଯାଇ ଲୁଟ ଘଟଣାରେ ସଂପୃକ୍ତ ଥିବା ୫ଜଣ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଛି । ସେମାନଙ୍କୁ ପଚରା ଉଚରା କରାଯିବା ସମୟରେ ଏହି ଗ୍ୟାଙ୍ଗ ପୂର୍ବରୁ ଧର୍ମଶାଳା ଥାନା ୧୬ନଂ ଜାତୀୟ ରାଜପଥ ରଥିଆ ଛକ ନିକଟରେ କାରକୁ ଅଟକାଇ ଲୁଟ କରିବା, ନାକପୋଲ-ସାରୋଇ କେନାଲ ରାସ୍ତାରର ମହିଳାଙ୍କ ବେକରୁ ସୁନା ଚେନ ଲୁଟିନେବା ଘଟଣାରେ ସଂପୃକ୍ତ ଥିବା ପୋଲିସ ସୂଚନା ଦେଇଛି । ଗିରଫ ପରେ ଏମାନଙ୍କ ନିକଟରୁ ସୁନା ଚେନ, ହାର, କାନଫୁଲ, ଶାଙ୍ଖି, ନଗଦ ୨୦ହଜାର ଟଙ୍କା, ବ୍ୟବହୃତ ଏକ କାର, ୨ଟି ବାଇକ୍, ଗୋଟିଏ ବନ୍ଧୁକ ସହ ବିଭିନ୍ନ ମାରଣାସ୍ତ୍ର ଜବତ କରିଛି । ତେବେ ଏହି ଗ୍ୟାଙ୍ଗ ରାସ୍ତାରେ ଯାଉଥିବା ମହିଳାଙ୍କ ବେକରୁ ସୁନ ଚେନ ଲୁଟିବା ଏବଂ ଘରେ ପଶି ଲୁଟ କରିବା ନେଇ ଟାର୍ଗେଟ କରିଥାନ୍ତି ବୋଲି ଆହୂତ ଏକ ସାମ୍ବାଦିକ ସମ୍ମିଳନୀରେ ଯାଜପୁରୋଡ ଏସଡିପିଓ ଚିନ୍ମୟ କୁମାର ନାୟକ ସୂଚନା ଦେଇଛନ୍ତି । ଏହି ଘଟଣାରେ ଆଉ କେଉଁମାନଙ୍କ ସଂପୃକ୍ତି ରହିଛି ସେନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିବା ସହ ଗିରଫ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.