ଚାଣକ୍ୟ ନୀତି : ମନୁଷ୍ୟ ପଛରେ ସର୍ବଦା ଲାଗି ରହିଥାଏ ଏହି ଗୋଟିଏ ଜିନିଷ, ଯେତେ ଚେଷ୍ଟା କଲେ ବି ପିଛା ଛାଡ଼ି ନଥାଏ 

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ ସଫଳ ଜୀବନ ପାଇଁ କେତେକ ନୀତି କହିଛନ୍ତି |ଏହି ନୀତି ଗୁଡିକ ଭିତରୁ କେତେ ନୀତି ଵା ବିଚାର ଆପଣଙ୍କୁ କଠୋର ଲାଗିପାରେ କିନ୍ତୁ ଏହି କଠୋରତା ହିଁ ଜୀବନର ସତ୍ୟ ଅଟେ | ବ୍ୟସ୍ତ ବହୁଳ ଜୀବନରେ ଆପଣ ଏହି ବିଚାର ଗୁଡିକୁ ଅଣଦେଖା କରିଦେଇ ପାରନ୍ତି କିନ୍ତୁ ଏ ବଚନ ଜୀବନର ପ୍ରତିଟି ଘଡ଼ିସନ୍ଧି ମୁହୁର୍ତରେ ଆପଣଙ୍କୁ ସାହାଯ୍ୟ କରିଥାଏ |

ଆଚାର୍ଯ୍ୟ ଚାଣକ୍ୟ ଙ୍କ କଥା ଅନୁସାରେ ଯେଉଁ ଭଳି ଏକ ବାଛୁରୀ ନିଜ ମାଆ ପଛରେ ସବୁବେଳେ ସାଥିରେ ଚାଲିଥାଏ ,ଯଦି ସେ ଭୁଲ୍ ରେ ବି କେଉଁଠି ହଜିଯାଏ ତେବେ ମଧ୍ୟ ନିଜ ମାକୁ ଖୋଜି ପାଇଥାଏ ,ଠିକ ସେହିଭଳି କର୍ମ ହୋଇଥାଏ |

ଯାହା ସର୍ବଦା ମନୁଷ୍ୟର ପଛେ ପଛେ ଚାଲିଥାଏ |ଆପଣ ଚାହିଁଲେ କେତେବି ଚେଷ୍ଟା କରନ୍ତୁ ପଛେ କର୍ମ ଠାରୁ କେବେବି ମୁକ୍ତି ପାଇପାରିବେ ନାହିଁ | କିନ୍ତୁ ଖରାପ କର୍ମର ଫଳ ଏବଂ ଭଲ କର୍ମର ଫଳ ଏହି ଜନ୍ମ ନହେଲେ ଆସନ୍ତା ଜନ୍ମରେ ବି ଭୋଗିବାକୁ ପଡିଥାଏ |

ଏଥିପାଇଁ ଚାଣକ୍ୟ କହନ୍ତି ମନୁଷ୍ୟ ସର୍ବଦା ଠିକ କର୍ମ କରିବା ଉଚିତ |ତାହେଲେ ତାକୁ ଆଗାମୀ ସମୟରେ ଭଲ ଫଳ ମିଳି ପାରିବ |ଯଦି କୌଣସି ବ୍ୟକ୍ତି ଖରାପ କର୍ମ କରେ ତାହେଲେ ତାକୁ ତାର କର୍ମ ଫଳ ନିଶ୍ଚୟ ମିଳିଥାଏ |

କର୍ମ ହିଁ ଏକମାତ୍ର ଏମିତି ଜିନିଷ ଯାହା ମନୁଷ୍ୟକୁ ତାର କାର୍ଯ୍ୟ ଅନୁଯାୟୀ ଫଳ ଦେଇଥାଏ |ଏଥିପାଇଁ ସବୁବେଳେ ଠିକ ରାସ୍ତାରେ ଚାଲିବା ଉଚିତ ଯାହାଦ୍ୱାରା ଆପଣଙ୍କ ଆଗାମୀ ସମୟ ନିଶ୍ଚୟ ଭଲ ହେବ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.