କୁଆଡେ ଯିବେ ବିଜୟ-ଦିଲ୍ଲୀପ ? ଏବେ ବି ସସପେନ୍ସ

ଭୁବନେଶ୍ବର : ବିଜେପି ହାତ ଛାଡ଼ିଥିବା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କ ଗତି କୁଆଡ଼େ ? ବିଜେଡିକୁ ବାହୁଡ଼ିବେ ନା ଆଉ କେଉଁ କ୍ୟାମ୍ପରେ ନାଁ ଲେଖାଇବେ ? ଦୁଇ ହେଭିେଓ୍ଵଟଙ୍କ ପରବର୍ତ୍ତୀ ରାଜନୈତିକ କାର୍ଯ୍ୟପନ୍ଥାକୁ ନେଇ ଚର୍ଚ୍ଚା ଥମୁ ନାହିଁ । ସେମାନେ ମୌନ । କିନ୍ତୁ ବିଜେପି ଦେଇଥିବା ମନ୍ତବ୍ୟ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ଦଳ କହିଛି, ଗଲା ଦୁଇ ବର୍ଷ ହେବ ବିଜେପିରେ ରହି ସେମାନେ ବିଜେଡିକୁ ସୁହାଇଲା ଭଳି କାମ କରୁଥିଲେ । ମହାନଦୀଠୁ ଆରମ୍ଭ କରି ଅନେକ ପ୍ରସଙ୍ଗରେ ବିଜେପିକୁ ଅଡୁଆରେ ପକାଇବାକୁ ଉଦ୍ୟମ କରୁଥିଲେ ବିଜୟ-ଦିଲ୍ଲୀପ । ଇସ୍ତଫା ସ୍ପଷ୍ଟ କରୁଛି, ଦୁହେଁ ବିଜେଡିରେ ସାମିଲ ହୋଇପାରନ୍ତି । କଂଗ୍ରେସ କହିଛି, ଆମ ଦଳକୁ ଆସିଲେ ସ୍ୱାଗତ କରିବୁ ।

ବିଜୟ-ଦିଲ୍ଲୀପଙ୍କ ଉପରେ ବିଜେଡିର ପ୍ରତିକ୍ରିୟା ଚର୍ଚ୍ଚାକୁ ଅଧିକ ଗୋଳିଆ କରୁଛି । ଦୁଇ ନେତା ବିଜେଡିକୁ ଆସିବା ଚର୍ଚ୍ଚାକୁ ଯଦିଓ ଦଳୀୟ ନେତା ଖଣ୍ଡନ କରି ନାହାନ୍ତି, କିନ୍ତୁ ନିଷ୍ପତ୍ତି ନେବେ ସୁପ୍ରିମୋ । କେସ୍ ଟୁ କେସ୍ ପ୍ରସଙ୍ଗରେ ଦୁଇ ନେତାଙ୍କ କଥାକୁ ବିଚାରକୁ ନେବେ ନବୀନ । ସେପଟେ ୧୫ ଦିନ ଅପେକ୍ଷା କରିବା ପାଇଁ କହିଛନ୍ତି ବିଜୟ ମହାପାତ୍ର ।

ରାଜ୍ୟ ରାଜନୀତିରେ ବିଜୟ ଓ ଦିଲ୍ଲୀପଙ୍କୁ ନେଇ ଭିନ୍ନ ଭିନ୍ନ ସମୀକରଣ କଥା କୁହାଯାଉଛି । ଏସବୁ ଭିତରେ ସମସ୍ତଙ୍କ ନଜର ରହିଛି ବିଜେଡି ସୁପ୍ରିମୋଙ୍କ ଉପରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.