Below header

ପୋଲିସ ଡିଜି ଭାବେ ଦାୟିତ୍ୱ ନେଲେ ବିଜୟ କୁମାର ଶର୍ମା

କଟକ(କେନ୍ୟୁଜ୍) : ପୋଲିସ ଡିଜି ଭାବେ ଦାୟିତ୍ୱ ନେଲେ ବିଜୟ କୁମାର ଶର୍ମା । ପୋଲିସ ମୁଖ୍ୟାଳୟରେ ସେ ନୂଆ ଡିଜି ଭାବେ ଦାୟିତ୍ୱ ଗ୍ରହଣ କରଛନ୍ତି । ଡାକ୍ତର ରାଜେନ୍ଦ୍ର ପ୍ରସାଦ ବିଜୟ କୁମାର ଶର୍ମାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ତାଙ୍କୁ ଗାର୍ଡ ଅନର ଦିଆଯାଇଥିଲା । ଦାୟିତ୍ୱ ନେବାପରେ ବି.କେ. ଶର୍ମା କହିଛନ୍ତି, ଆଇନଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ ପ୍ରାଥମିକତା ହେବ । ନକ୍ସଲ ଦମନକୁ ମଧ୍ୟ ଗୁରୁତ୍ୱ ଦିଆଯିବ । ନକ୍ସଲ ଗତିବିଧିକୁ ନିୟନ୍ତ୍ରଣ କରାଯିବ । ପୋଲିସ ଷ୍ଟେସନକୁ ସ୍ୱଚ୍ଛ ଓ ସୁଦୃଢ଼ କରିବା ଆବଶ୍ୟକ ରହିଥିବା କହିଛନ୍ତି ବି.କେ. ଶର୍ମା । ଗୁଇନ୍ଦା ସୂଚନାର ଅଭିବୃଦ୍ଧି ହେବା ଦରକାର । ଲୋକଙ୍କ ସହ ଯୋଡ଼ିହୋଇ ରହିବାକୁ ଚେଷ୍ଟା କରିବା ସହ ପୋଲିସ-ଲୋକଙ୍କ ମଧ୍ୟରେ ସମ୍ପର୍କ ବଢ଼ିବ ବୋଲି କହିଛନ୍ତି ।ବିକେ ଶର୍ମା ଏବେ ହେଡ ଅଫ୍‌ ପୋଲିସ ଫୋର୍ସ । ବିଜୟ ଶର୍ମା ଅଗ୍ନିଶମ ବିଭାଗ ଡିଜି, ହୋମଗାର୍ଡ ଡିଜି ଓ ସିଭିଲ ଡିଫେନ୍ସର ନିର୍ଦ୍ଦେଶକ ଅଛନ୍ତି । ବର୍ତ୍ତମାନର ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଲୋକାୟୁକ୍ତ ସଦସ୍ୟ ନିଯୁକ୍ତ ମିଳିବା ପରେ ବିଜୟଙ୍କୁ ଏହି ଦାୟିତ୍ୱ ମିଳିଛି । ପରବର୍ତ୍ତୀ ନିର୍ଦ୍ଦେଶକ ହେବା ପର୍ଯ୍ୟନ୍ତ ବିଜୟ ଶର୍ମାଙ୍କୁ ପୋଲିସ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.