Below header

ଶ୍ରୀନଗର ଏୟାରପୋର୍ଟରେ କଂଗ୍ରେସ ସାଂସଦ ଗୁଲାମ ନବୀ ଆଜାଦ ଅଟକ

ଶ୍ରୀନଗର: ଶ୍ରୀନଗର ଏୟାରପୋର୍ଟରେ କଂଗ୍ରେସ ସାଂସଦ ତଥା ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଅଟକ । ତାଙ୍କ ସହ ଜମ୍ମୁ କାଶ୍ମୀର କଂଗ୍ରେସ ମୁଖ୍ୟ ଗୁଲାମ ଅହମ୍ମଦ ମୀରଙ୍କୁ ମଧ୍ୟ ଅଟକ ରଖାଯାଇଛି । ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସୁରକ୍ଷାକର୍ମୀ ଅଟକାଇଥିଲେ । ଗୁଲାମ ନବୀ ଆଜାଦ କାଶ୍ମୀରର କଂଗ୍ରେସ ନେତାଙ୍କୁ ଭେଟିବାକୁ ଆସିଥିଲେ। ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ବିମାନବନ୍ଦରରେ ଅଟକାଇଥିଲେ ସୁରକ୍ଷାକର୍ମୀ। ଜମ୍ମୁ କାଶ୍ମୀରରେ ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ପରେ ସେଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ରହିଛି । ଗତକାଲି ଗ୍ରାଉଣ୍ଡ ଜିରୋରେ ପରିସ୍ଥିତିର ସମୀକ୍ଷା କରିଥିଲେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍‌।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.