ଫସଲ ରକ୍ଷା ପାଇଁ ବିଛା ଯାଇଥିବା ଜାଲରେ ଫସିଲା ୫ ଫୁଟିଆ ନାଗ ସାପ, ଗର୍ଜନରେ ଡରିଗଲେ ଲୋକେ

ବାଲେଶ୍ଵର (କେନ୍ୟୁଜ୍‌) : ଜାଲ ଭିତରେ ଫସିଲା ନାଗ ସାପ। ନୀଳଗିରି ବ୍ଳକର ନରଣପୁର ଗ୍ରାମରେ ଭାଗିରଥ ରାଉତଙ୍କ ବାଡ଼ିରେ ଫସଲକୁ ସୁରକ୍ଷା ଦେବାପାଇଁ ବିଛା ଯାଇଥିବା ଜାଲରେ ଏକ ୫ ଫୁଟିଆ ନାଗ ସାପ ଫସିଯାଇଥିଲା। ଜାଲରେ ଫସିଯାଇଥିବା କାରଣରୁ ନାଗ ସାପ ଗର୍ଜ୍ଜନ କରିଥିଲା। ସାପର ଗର୍ଜନ ଏକେ ତିବ୍ର ଥିଲା ଯେ ତାହା ଘର ଲୋକଙ୍କୁ ଶୁଭାଯାଉଥିଲା। ନାଗ ସାପ ଥିବା ସନ୍ଦେହ କରି ସେମାନେ ନୀଳଗିରି ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ସବୁଜ ବାହିନୀ ଅଭିମନ୍ୟୁ ସେଠି ଓ ଅନ୍ୟ ବନ କର୍ମଚାରୀ ପହଞ୍ଚି ସାପଟିକୁ ଉଦ୍ଧାର କରି ସୁସ୍ଥ ଅବସ୍ଥାରେ କୂଳଡିହା ଅଭୟାରଣ୍ୟରେ ଛଡ଼ାଯାଇଥିବାର ସୂଚନା ମିଳିଛି।