Below header

ବାଲେଶ୍ୱର : ସ୍କୁଲରେ ରକ୍ତପାତ, ଛାତ୍ରଛାତ୍ରୀଙ୍କ ଆଗରେ ଶିକ୍ଷକଙ୍କୁ ହାଣିଲେ ଦୁର୍ବୃତ୍ତ

ବାଲେଶ୍ୱର (କେନ୍ୟୁଜ୍‌) : ସ୍କୁଲକୁ ଯିବା ସମୟରେ ମୁହଁ ରେ କପଡା ବାନ୍ଧି ସ୍କୁଲ୍ ଗେଟ୍ ସମ୍ମୁଖରେ ଶିକ୍ଷକ କୁ ହାଣି ଦେଲେ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ଶିକ୍ଷକଙ୍କୁ ପ୍ରଥମେ ରେମୁଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରୁତର ଶିକ୍ଷକ ଜଣକ ହେଲେ ରେମୁଣା ବ୍ଲକ୍ ଖୁସଲଗଞ୍ଜ ସ୍କୁଲର ଶିକ୍ଷକ ସେକ ଗୁଲାମ୍ ସଦିକ୍ । ଶିକ୍ଷକଙ୍କ ହାତ ପାପୁଲି ରେ ଗଭୀର ଆଘାତ ଲାଗିଛି ।

ଶିକ୍ଷକଙ୍କ କହିବା ଅନୁସାରେ ଗ୍ରାମର କିଛି ଲୋକଙ୍କ ସହ ପୂର୍ବରୁ ଜମି ବଡ଼ି ବିବାଦକୁ ନେଇ କୋର୍ଟରେ ମାମଲା ଥିବା ବେଳେ ଆଜି ସ୍କୁଲକୁ ଯିବା ସମୟରେ ୨ ଜଣ ଦୁର୍ବୃତ୍ତ ତାଙ୍କ ପିଛା କରିଥିଲେ ଶିକ୍ଷକ ଜଣକ ସ୍କୁଲ୍ ଗେଟ୍ ନିକଟରେ ଓହ୍ଲାଇବା ବେଳେ ହଠାତ୍ ତାଙ୍କୁ ଆକ୍ରମଣ କରିଥିଲେ । ତେବେ ଏଭଳି ଆକ୍ରମଣ ପଛରେ ବିରୋଧୀଙ୍କ ହାତ ଥାଇପାରେ ବୋଲି ସନ୍ଦେହ କରାଯାଉଛି ।

ଅନ୍ୟପଟେ ଶିକ୍ଷକଙ୍କୁ ଆକ୍ରମଣ ପରେ ସ୍କୁଲ୍ ପିଲାଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିବା ବେଳେ ପିଲାମାନେ ସ୍କୁଲରୁ ଦୋୖଡି ପଳାଇଥିଲେ । ପରେ ସ୍କୁଲ୍ ପ୍ରଧାନ ଶିକ୍ଷକ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଶିକ୍ଷକଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.