ସରିଛି ବିଜେପୁର ଉପ ନିର୍ବାଚନ ଭୋଟିଂ, ଇଭିଏମ୍‌ରେ ସିଲ୍‌ ହୋଇଛି ୫ ପ୍ରାର୍ଥୀଙ୍କ ଭାଗ୍ୟ

ବରଗଡ(କେନ୍ୟୁଜ୍):  ସରିଛି ବିଜେପୁର ଉପ ନିର୍ବାଚନ ଭୋଟିଂ। ଇଭିଏମ୍‌ରେ ସିଲ୍‌ ହୋଇଛି ୫ ପ୍ରାର୍ଥୀଙ୍କ ଭାଗ୍ୟ। ଶାନ୍ତି ଶୃଙ୍ଖଳା ଭିତରେ ସରିଛି ମତଦାନ। ଆଜି ସକାଳୁ ହିଁ ଭୋଟରଙ୍କ ଉତ୍ସାହ ଦେଖିବାକୁ ମିଳିଥିଲା। ଭୋଟିଂର ପ୍ରଥମ ଦୁଇ ଘଣ୍ଟାରେ ୧୧ ପ୍ରତିଶତ ଲୋକେ ମତାଧିକାର ସାବ୍ୟସ୍ତ କରିଥିଲେ। ଦିନ ବଢିବା ସହ ଭୋଟ ହାର ବଢି ଚାଲିଥିଲା। ଦିନ ଗୋଟାଏ ସୁଦ୍ଧା ୩୭ ପ୍ରତିଶତ, ଅପରାହ୍ନ ୩ଟା ସୁଦ୍ଧା ୫୬. ୫ ପ୍ରତିଶତ ଓ ସଂଧ୍ୟା ୫ଟା ସୁଦ୍ଧା ୭୨ ପ୍ରତିଶତ ଭୋଟିଂ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.