ବିଜେପୁର ଉପ ନିର୍ବାଚନ ପାଇଁ ଆରମ୍ଭ ହୋଇସାରିଛି ମତଦାନ, ଦେଢ଼ ବର୍ଷ ଭିତରେ ତୃତୀୟ ଥର ଲାଗି ଭୋଟ ଦେଉଛନ୍ତି ଅଞ୍ଚଳବାସୀ

ବିଜେପୁର(କେନ୍ୟୁଜ୍): ବିଜେପୁର ଉପ ନିର୍ବାଚନ ମତଦାନ ଆରମ୍ଭ । ଦେଢ଼ ବର୍ଷ ଭିତରେ ତୃତୀୟ ଥର ଲାଗି ଭୋଟ ଦେଉଛନ୍ତି ବିଜେପୁରବାସୀ । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ ଚାଲିଛି । ମୋଟ ୨ ଲକ୍ଷ ୩୨ ହଜାର ୨୬୪ ଜଣ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି । ସେଥିମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୧ଲକ୍ଷ ୨୦ହଜାର ୧୩୫ ଓ ମହିଳା ଭୋଟର ୧ଲକ୍ଷ ୧୨ହଜାର ୧୧୪ଜଣ । ମଇଦାନରେ ବିଜେଡି, ବିଜେପି ଓ କଂଗ୍ରେସ ସହ ଅଛନ୍ତି ମୋଟ ୫ ଜଣ ପ୍ରାର୍ଥୀ । ମୁତୟନ ଅଛନ୍ତି ୩୩ ପ୍ଲାଟୁନ ପୋଲିସ ଫୋର୍ସ ୩ କମ୍ପାନୀ ସିଆରପିଏଫ୍‌ । ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି । ବିଜେପୁର ନିର୍ବାଚନମଣ୍ଡଳୀରେ ରହିଛି ମୋଟ୍‌ ୨୮୫ ବୁଥ୍‌ । ସେଭିତରୁ ୧୨୯ଟି ସମ୍ବେଦନଶୀଳ । ନକ୍ସଲ ପ୍ରଭାବିତ ଅଞ୍ଚଳରେ ଆସୁଥିବା ଗାଇସିଲେଟ ବ୍ଲକର ୬ଟି ବୁଥ୍‌ରେ ସୁରକ୍ଷା ଦିଗକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ୧୪ ସ୍ଥାନରେ CCTV ଓ ୨୮ ବୁଥ୍‌ରେ ୱେବ୍‌କାଷ୍ଟିଂ ବ୍ୟବସ୍ଥା କରାଯାଇଛି । ନିର୍ବାଚନ କାର୍ଯ୍ୟରେ ନିୟୋଜିତ ୧୮୯୫ ପୋଲିଂ କର୍ମଚାରୀ ଅଛନ୍ତି । ୭୭ ସ୍ଥାନରେ ଅଛନ୍ତି ମାଇକ୍ରୋ ଅବଜରଭର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.