ଗଞ୍ଜାମ: ଏଥର ଘରେ ବସି ସିଧାସଳଖ ସରକାରଙ୍କ ସବୁ ଯୋଜନା ସମ୍ପର୍କ ଜାଣିପାରିବେ ମହିଳା, ଜାଣନ୍ତୁ କିଏ ଏହି ଇଣ୍ଟରନେଟ୍ ସାଥୀ?

ଗଞ୍ଜାମ: ଘର ଘର ବୁଲି ମହିଳାଙ୍କୁ ମୋବାଇଲ୍ ସମ୍ପର୍କରେ ବୁଝାଉଛନ୍ତି ଇଣ୍ଟରନେଟ୍ ସାଥୀ । ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଉଥିବା ଯୋଜନା ଲୋକଙ୍କ ନିକଟରେ ପହଞ୍ଚିବା ଏବଂସରକାରଙ୍କ ପାଖରେ ସେମାନଙ୍କର କଣ ରହିଛି ଆପତ୍ତି ଅଭିଯୋଗ ସେନେଇ ଜଣାଇବା ପାଇଁ ଏହି ଇଣ୍ଟରନେଟ୍ ସାଥୀଙ୍କୁ ନିଯୁକ୍ତି କରାଯାଇଛି । ବିଶେଷ କରି ମହିଳା ମାନେ ସବୁ ତଥ୍ଯ ଜାଣିବା ଆବଶ୍ୟକତାକୁ ଆଖିରେ ରଖି ବିଜୁ ଯୁବ ବାହିନୀ ଓ ଡିଜିଟାଲ ସୋସାଇଟି ପକ୍ଷରୁ ଏହି ଇଣ୍ଟରନେଟ୍ ସାଥୀଙ୍କୁ ନିଯୁକ୍ତି କରାଯାଇଛି।

ମହିଳାମାନେ ଆଗ୍ରହ ସହ ଦେଖୁଛନ୍ତି ଓ ଶୁଣୁଛନ୍ତି । ଏହା ଦେଖିବାକୁ ମିଳୁଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ୍ ବି.ତୁରୁବୁଡି ଗାଁରେ । ଏହି ବ୍ଳକ୍ ର ୨୫ଟି ପଞ୍ଚାୟତରେ ୪୨ ଜଣ ଇଣ୍ଟରନେଟ୍ ସାଥୀ ନିଯୁକ୍ତି ପାଇଛନ୍ତି । ଏମାନଙ୍କ କାମ ହେଲା ଫୋନ୍ ଜରିଆରେ କିପରି ସରକାରଙ୍କ ଯୋଜନା ସମ୍ପର୍କରେ ଜାଣିବେ ସେନେଇ ମହିଳାମାନଙ୍କୁ ଅବଗତ କରାଇବା । ସେଥିପାଇଁ ପ୍ରତ୍ୟେକ ଜଣଙ୍କୁ ଦୁଇଟି ସ୍ମାର୍ଟ ଫୋନ୍ ଦିଆଯାଇଛି । କିପରି ଫଟୋ ଉଠାଇବା ସହ ସରକାରୀ ତଥ୍ୟକୁ ସହଜରେ ପାଇପାରିବେ ସେନେଇ ଜଣାଯାଉଥିବା କହିଛନ୍ତି ବିଜୁ ଯୁବ ବାହିନୀର ସଂଯୋଜକ।

ଅନ୍ୟପଟେ ବିଡିଓ କହିଛନ୍ତି କି, ବର୍ତ୍ତମାନ ସରକାରଙ୍କ ଅନେକ କାମ ଅନ୍ ଲାଇନ୍ ରେ ହେଉଛି ତେଣୁ ସରକାରଙ୍କ ୫ଟି ଫର୍ମୁଲାକୁ ଆଧାର କରି ମହିଳା ମାନଙ୍କୁ ଯୋଗାଇ ଦିଆଯାଉଛି । ତେବେ ଏହି ଯୋଜନାକୁ ମହିଳାମାନେ କେତେ ସଫଳତାରେ ପହଁଚାଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.