ପୁରୀ ସ୍ୱର୍ଗଦ୍ୱାରରୁ ହଟିଲା ବିଜୁ ବାବୁଙ୍କ ସ୍ମୃତିସ୍ଥଳ, ସ୍ୱର୍ଗଦ୍ୱାର ଉନ୍ନତିକରଣ କାର୍ଯ୍ୟ ପାଇଁ ହେଲା ଉଚ୍ଛେଦ

ପୁରୀ: ପୁରୀ ସ୍ୱର୍ଗଦ୍ୱାରରୁ ହଟିଲା ବିଜୁ ବାବୁଙ୍କ ସ୍ମୃତିସ୍ଥଳ। ସ୍ୱର୍ଗଦ୍ୱାର ଉନ୍ନତିକରଣ କାର୍ଯ୍ୟ ପାଇଁ ହେଲା ଉଚ୍ଛେଦ। ସ୍ମୃତିସ୍ଥଳ ହଟାଇବାକୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କାଲି ରାତିରେ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଉଚ୍ଛେଦ କାର୍ଯ୍ୟ ହୋଇଛି। ଏବେ କେବଳ ସ୍ମୃତିରେ ରହିଛି ସମାଧିସ୍ଥଳ। ଅତି ସମ୍ମାନ ଓ ସତର୍କତା ସହ ସ୍ମୃତିପୀଠକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ସ୍ୱର୍ଗଦ୍ୱାରର ସଂପ୍ରସାରଣ ଓ ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ୫କୋଟି ଅନୁଦାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଓ ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିଛି ଜିଲ୍ଲା ପ୍ରଶାସନ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.