ଲୋକଙ୍କ ସେବାରେ ବିଜୁ ଯୁବ ଓ ଛାତ୍ର ସମାଜ ସମର୍ପିତ ବୋଲି କହିଲେ ପ୍ରଣବ ପ୍ରକାଶ

ଯାଜପୁର ଟାଉନ : ଅନୁଷ୍ଠିତ ହୋଇଛି ଯାଜପୁର ନିର୍ବାଚନ ମଣ୍ଡଳୀସ୍ତରୀୟ ବିଜୁ ଯୁବଛାତ୍ର କର୍ମଶାଳା । ଯାଜପୁର ବ୍ଲକ ଜାହାନପୁର ପଞ୍ଚାୟତ ବଜରଙ୍ଗୀ ଛକର ନିକଟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯାଜପୁର ବିଧାୟକ ତଥା ବିଜୁ ଜନତା ଦଳର ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇ କହିଥିଲେ ଯେ ଭୋକର ଭୂଗୋଳରୁ ଓଡ଼ିଶାକୁ ବାହାର କରି ଏକ ନୂତନ ଓଡ଼ିଶା ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ।

ଚାରି କୋଟି ଓଡ଼ିଶାବାସୀଙ୍କ ସମର୍ଥନ ଓ ସହଯୋଗ ପାଇ ନବୀନ ପଟ୍ଟନାୟକ ଓଡ଼ିଶାକୁ ଆଜି ନୂତନ ଓଡ଼ିଶାରେ ପରିଣତ କରିଛନ୍ତି । କୋଭିଡ଼୍ ସମୟରେ ଲୋକ ହିତ ପାଇଁ କାର୍ଯ୍ୟକରି ଲୋକଙ୍କୁ ସେବା ଯୋଗାଇ ଦେଉଥିବା କାର୍ଯ୍ୟକର୍ତ୍ତାମାନଙ୍କୁ ଧନ୍ୟବାଦ ଦେଇଥିଲେ । ଯୁବକମାନଙ୍କ ମଧ୍ୟରେ ଉନ୍ମାଦନା ଦେଖା ଦେଲେ ତାହା ନୂଆ ଓଡ଼ିଶା ଓ ନୂଆ ଯାଜପୁର ଗଢ଼ିବା ପାଇଁ ସହାୟକ ହେବ ବୋଲି ଶ୍ରୀ ଦାସ କହିଥିଲେ । ଯୁବବର୍ଗ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରି ସମାଜର ଉନ୍ନତି ପାଇଁ ସଦାସର୍ବଦା ଆଗେଇ ଆସିଥାନ୍ତି । ପ୍ରତିଦିନ ଲୋକଙ୍କ କାମ କରିବାକୁ ଯୁବ ଓ ଛାତ୍ରମାନେ ସମର୍ପିତ ହେବା ଉଚିତ ବୋଲି ଶ୍ରୀ ଦାସ କହିଥିଲେ ।

ଏହି କର୍ମଶାଳାରେ ପୂର୍ବତନ ପୌରପାଳ ଭବପ୍ରସାଦ ଦାସ, ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ପ୍ରତାପ ମହାନ୍ତି, ବିଜୁ ଯୁବ ଜନତା ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ ଜ୍ୟୋତ୍ସ୍ନା ପରିଡ଼ା, ବିଜୁ ଛାତ୍ର ଜନତା ଦଳର ପର୍ଯ୍ୟବେକ୍ଷକ ଅଜିତ୍ କୁମାର ବେହେରା, ରାଜ୍ୟ ସମ୍ପାଦକ ତାରିଣୀ ସନ୍ଧିବିଗ୍ରହ, ରାଜ୍ୟ କାର୍ଯ୍ୟକାରୀ ସଭାପତି ରାଜେଶ ରାଜ ସ୍ୱାଇଁ, ବଡ଼ଚଣା ସଭାପତି ଗଣେଶ୍ୱର ବରାଳ, ଧର୍ମଶାଳା ବ୍ଲକ ସଭାପତି କ୍ଷୀତିଶ କୁମାର ନାୟକ, ଯାଜପୁର ଛାତ୍ର ଜନତାଦଳର ସଭାପତି ସୋମ୍ୟପ୍ରକାଶ ବିଶ୍ୱାଳ ପ୍ରମୁଖ ଉଦ୍ବୋଦନ ଦେଇ ନବୀନଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଲାଗି କହିଥିଲେ ।

 

Leave A Reply

Your email address will not be published.