Below header

ମୋହନାରେ ବାଇକ ପିକଅପ୍ ଭ୍ୟାନ ମୁହାଁମୁହିଁ ଧକ୍କା, ୩ ମୃତ

ଗଜପତି(କେନ୍ୟୁଜ୍):  ଗଜପତି ଜିଲ୍ଲା ମୋହନା ନିକଟସ୍ଥ ରାଇସିଂ ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଚାଲିଯାଇଛି ୩ଜଣଙ୍କ ଜୀବନ। ବାଇକ ଓ ପିକଅପ ଭ୍ୟାନ ମୁହାଁମୁହିଁ ଧକ୍କା ଯୋଗୁଁ ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ମୃତକମାନେ କର୍ଚବାଡି ଅଞ୍ଚଳର ବୋଲି ଜଣା ପଡିଛି। କିନ୍ତୁ ସେମାନଙ୍କ ପରିଚୟ ଜଣା ପଡିନାହିଁ। ମିଳିଥିବା ସୂଚନା ମୁତାବକ ମୋହନାରୁ ବାଇକ ଯୋଗେ ୩ ଜଣ ଲୋକ କର୍ଚବଡି ଯାଉଥିଲେ।  ବିପରୀତ ଦିଗରୁ ଏକ ପିକଅପ୍ ଭ୍ୟାନ ମୋହନା ଆସୁଥିବା ବେଳେ ଘାଟିରେ ମୁହାଁମୁହିଁ ଧକ୍କା ହୋଇଥିଲା। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତବ୍ୟକ୍ତିଙ୍କ ଶବକୁ ଉଦ୍ଧାର କରିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.