କରୋନାକୁ ନେଇ କେହି ଅବହେଳା କିମ୍ବା ମନ୍ଦ ଉଦ୍ଦେଶ୍ୟ ନେଇ କାମ କଲେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ:ଡିଜିପି

କେନ୍ୟୁଜ୍(ବ୍ୟୁରୋ):  କରୋନାକୁ ନେଇ କେହି ଅବହେଳା କିମ୍ବା ମନ୍ଦ ଉଦ୍ଦେଶ୍ୟ ନେଇ କାମ କଲେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ନେଇ ସବୁ ଜିଲ୍ଲାର ଏସ୍‌ପିଙ୍କୁ ଚିଠି ଲେଖିଛନ୍ତି ପୋଲିସ ମହାନିର୍ଦ୍ଦେଶକ। କରେନା ସଂକ୍ରମଣ ନେଇ କିଏ ଯଦି ମନ୍ଦ ଉଦ୍ଦେଶ୍ୟ ରଖି କାମ କରିବ ତେବେ ତାଙ୍କ ବିରୋଧରେ ଆଇପିସିର ସେକ୍ସନ ୨୬୯ ଓ ସେକ୍ସନ ୨୭୦ ଲାଗୁ ହେବ। କରୋନା ଭାଇରସ ଜୀବନ ପ୍ରତି ବିପଦ। ତେଣୁ ଧାରା ୨୬୯ ଓ ୨୭୦ ଲାଗୁ ହେବ। ଯଦି କେହି କ୍ୱାରେଣ୍ଟାଇନ୍‌ ନେଇ ରାଜ୍ୟ ସରକାର କରିଥିବା ନିୟମକୁ ଉଲ୍ଲଂଘନ କରିବେ ତେବେ ତାଙ୍କ ବିରୋଧରେ ଆଇପିସିର ଧାରା ସେକ୍ସନ ୨୭୧ ଲାଗୁ ହେବ। ଏପିଡେମିକ ଡିଜିଜେସ୍‌ ଆକ୍ଟ ୧୮୯୭ରେ ସରକାର କୋଭିଡ୍‌ ୧୯କୁ ନିୟନ୍ତ୍ରଣ କରିବାକୁ ବିଭିନ୍ନ କଟକଣା ଓ ନିର୍ଦ୍ଦେଶନାମା ଜାରି କରିଛନ୍ତି। ତେଣୁ ଏହାର ଉଲ୍ଲଂଘନ କଲେ ଆଇପିସିର ଧାରା ୧୮୮ରେ ଦଣ୍ଡନିୟ ଅପରାଧ ହେବ। ଏ ନେଇ ସବୁ ଜିଲ୍ଲାର ଏସ୍‌ପିଙ୍କୁ ଚିଠି ଲେଖିଛନ୍ତି ପୋଲିସ ଡିଜି।

Leave A Reply

Your email address will not be published.