Below header

କଣ ସବୁ ଗଳା ଦରଜ କରୋନାର କାରଣ, ଜାଣନ୍ତୁ କଣ କହୁଛନ୍ତି ଡାକ୍ତର

ପୂରା ଦୁନିଆରେ ବ୍ୟାପିଥିବା କରୋନା ଭାଇରସ ଦ୍ୱାରା ଭାରତରେ ୮୫ ଜଣ ଲୋକ ସଂକ୍ରମିତ ହୋଇସାରିଲେଣି। ଚାରିଆଡେ ଏହି ଭାଇରସକୁ ନେଇ ଭୟର ବାତାବାରଣ ସ୍ରୁଷ୍ଟି ହୋଇଛି। ସାରା ଦୁନିଆରେ ଏହି ଭାଇରସ୍‌ କାରଣରୁ ୫୦୦୦ ରୁ ଅଧିକ ଲୋକଙ୍କର ଜୀବନ ଯାଇ ସାରିଲାଣି। ସେହିପରି ପ୍ରାୟ ୧,୩୪,୦୦୦ ଜଣ ଲୋକ ଏହି ଭାଇରସରେ ସଂକ୍ରମିତ ଅଛନ୍ତି।

କରୋନା ଭାଇରସର ଲକ୍ଷଣ ସାଧାରଣ ଥଣ୍ଡା-ଜ୍ୱର ଭଳି ଅଟେ। ଗଳାରେ ଦରଜ ହେବା, ଜ୍ୱର, କାଶ, ନିଶ୍ୱାସ ନେବାରେ ଅସୁବିଧା। କରୋନା ଭାଇରସର ଲକ୍ଷଣ ଏବଂ ଥଣ୍ଡା-ଜ୍ୱରର ଲକ୍ଷଣ କିଛି ପାଖାପାଖି ସାମଞ୍ଜସ୍ୟ ରହିଛି। ଯେଉଁ କାରଣରୁ ଏହି ଭାଇରସକୁ ଚିହ୍ନିବାରେ ଅଧିକ ସମୟ ଲାଗିଥାଏ।

coronaବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ଅନ୍ୟ ରିପୋର୍ଟ ଅନୁଯାୟୀ ଜ୍ୱର, ଥଣ୍ଡା, ଥକ୍କାପଣ, ଛେପ ପକାଇବା, ନିଶ୍ୱାସ ନେବାରେ କଷ୍ଟ ହେବା, ମୁଣ୍ଡ ବହୁତ ଜୋରରେ ବିନ୍ଧିବା, ନିମୋନିଆ, ବ୍ରାଙ୍କାଇଟିସ୍‌, ଥଣ୍ଡା ଲାଗିବା, ବାନ୍ତି ଲାଗିବା, ନାକ ବନ୍ଦ ହୋଇଯିବା, କାଶରେ ରକ୍ତ ଆସିବା, ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ହେବା ସବୁ ଆଦି କରୋନା ଭାଇରସର ଲକ୍ଷଣ ଅଟେ।

ଗଳା ଦରଜ ହେବା ମଧ୍ୟ କରୋନା ଭାଇରସର ଲକ୍ଷଣ ଅଟେ। ଏହାସହିତ ଆପଣଙ୍କୁ କହିବାକୁ ଚାହିଁବୁ ଯେ ଋତୁ ପରିବର୍ତ୍ତନ ପାଇଁ ମଧ୍ୟ ଥଣ୍ଡା-ଜ୍ୱର ହୋଇପାରେ। ଆଉ ଏହି ସମୟରେ କରୋନା ବ୍ୟାପୁଛି ତେବେ ଏହି ଲକ୍ଷଣକୁ ବି ଅଣଦେଖା କରିବା ଅନୁଚିତ। କରୋନା ଭାଇରସର ଲକ୍ଷଣ ୨ ରୁ ୧୦ ଦିନ ମଧ୍ୟରେ ଆରମ୍ଭ ହୋଇଥାଏ। ଏହି ଭାଇରସର ଲକ୍ଷଣ ଆକ୍ରାନ୍ତ ହେବା ପରେ ମଧ୍ୟ ଲୋକ ସାଧାରଣ ଭଳି ଦେଖାଯାନ୍ତି। ଯେଉଁ କାରଣରୁ ସଂକ୍ରମଣ ଲୋକଙ୍କ ମଧ୍ୟରେ ସହଜରେ ବ୍ୟାପି ଯାଉଛି।

corona-ଘରୁ ବାହାରକୁ ଯିବା ସମୟରେ ଭଲ କ୍ୱାଲିଟୀର ମାସ୍କ ଲଗାଇବା ଉଚିତ ଏବଂ ବାହାରେ ମାସ୍କକୁ ଆଦୌ ଛୁଅନ୍ତୁ ନାହିଁ। ଗୋଟିଏ ମାସ୍କକୁ ଗୋଟିଏ ଦିନରୁ ବି ଅଧିକ ବ୍ୟବହାର କରନ୍ତୁ ନାହିଁ। ମାସ୍କର ବାହାର ଭାଗକୁ ବାରମ୍ବାର ଛୁଇଁବା ଅନୁଚିତ।

-ଆଲକହଲ ବେସଡ ହ୍ୟାଣ୍ଡଓ୍ଵାସ ବା ସାବୁନ ଦ୍ୱାରା ହାତକୁ ଅତିକମରେ ୩୦ ସେକେଣ୍ଡ ପର୍ଯ୍ୟନ୍ତ ଧୁଅନ୍ତୁ। ହାତ ସଫା କରିବା ପରେ ଟିସୁ ପେପର କିମ୍ବା ଓ୍ଵାର୍ମ ଓ୍ଵୟାର ଡ୍ରାୟର ସାହାଯ୍ୟରେ ସୁଖାନ୍ତୁ। ମଝିରେ ମଝିରେ ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରନ୍ତୁ।

-ବାହାର ଖାଦ୍ୟରୁ ଦୂରେଇ ରୁହନ୍ତୁ। ଖାସ୍ କରି ନନଭେଜ ଏବଂ ମିଠା ଖାଦ୍ୟ ଠାରୁ ଦୂରତା ରକ୍ଷା କରନ୍ତୁ।

-ଘରକୁ ଆସୁଥିବା ବ୍ୟକ୍ତିଙ୍କ ସହିତ ହାତ ମିଳାନ୍ତୁନାହିଁ ଏବଂ ଆଲିଙ୍ଗନ ମଧ୍ୟ କରନ୍ତୁ ନାହିଁ।

corna-ଏହି ଭାରସ ନିର୍ଜିବ ଜିନିଷ ଯଥା ଟେବୁଲ, ଚେୟାରରେ ଜୀବିତ ହୋଇ ରହିଥାନ୍ତି, ଏଥିପାଇଁ ସଫାସୁତୁରା ଉପରେ ଧ୍ୟାନ ରଖନ୍ତୁ।

-କାଶ, ଛିଙ୍କ ଏବଂ ଜ୍ୱରର ଲକ୍ଷଣକୁ ଦେଖନ୍ତୁ ଏବଂ ତୁରନ୍ତ ତାର ଚିକିତ୍ସା କରନ୍ତୁ।

-ଯଦି କୌଣସି ବ୍ୟକ୍ତିଙ୍କୁ ଥଣ୍ଡା, ଜ୍ୱର କିମ୍ବା କାଶ, ଛିଙ୍କ ହେଉଥାଏ ତେବେ ତାଙ୍କ ଠାରୁ ପ୍ରାୟ ୨ ରୁ ୫ ମିଟର ଦୂରତା ରକ୍ଷା କରନ୍ତୁ।

-ଭିଡ ସ୍ଥାନକୁ ଯିବା ଠାରୁ ନିଜକୁ ଦୂରେଇ ରଖନ୍ତୁ।

-ନିଜ ଖାଦ୍ୟପେୟ ଏବଂ ବାସନକୁସନ ଓ ଟାେଓ୍ଵଲକୁ କାହା ସହିତ ସେୟାର କରନ୍ତୁ ନାହିଁ।

ତେବେ ଆପଣ ଯଦି ଏହିସବୁ ଉପରେ ଧ୍ୟାନ ଦିଅନ୍ତି ତେବେ ହୋଇପାରେ ଆପଣ ସଂକ୍ରମର ହେବା ଠାରୁ ନିଜକୁ ରକ୍ଷା କରିବା ସହିତ କରୋନା ଭାଇରସ ସହିତ ମୁକାବିଲା କରିବାରେ ସାହାଯ୍ୟ କରିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.