ଦୁର୍ଘଟଣା ପରେ ଜଳିଲା ବାଇକ, ଦୁଇ ଗୁରୁତର ଆହତ

ଦୁର୍ଘଟଣା ପରେ ହୁତୁ ହୁତୁ ହୋଇ ଜଳିଲା ବାଇକ । ଏଥିରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଭଣ୍ଡାରିପୋଖରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଭଦ୍ରକ : ଦୁର୍ଘଟଣା ପରେ ହୁତୁ ହୁତୁ ହୋଇ ଜଳିଲା ବାଇକ । ଏଥିରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଭଣ୍ଡାରିପୋଖରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ୧୬ ନମ୍ବର ଜାତୀୟ ରାଜପଥ ଭଣ୍ଡାରିପୋଖରୀ ଚକବନ୍ଦୀ ଛକ ନିକଟରେ ଘଟିଛି ଦୁର୍ଘଟଣା । ଆଜି ୧୬ ନମ୍ବର ଜାତୀୟ ରାଜପଥରେ ବାଲେଶ୍ବରରୁ କଟକ ଅଭିମୁଖେ ଯାଉଥିବା ଏକ ବାଇକ୍ ଅନ୍ୟ ଏକ ବାଇକକୁ ଧକ୍କା ଦେଇଥିଲା ।

ଦୁର୍ଘଟଣାପରେ ଦୁଇଟି ବାଇକ ହୁତୁ ହୁତୁ ହୋଇ ଜଳିଯାଇଥିଲା । ଫଳରେ କିଛି ସମୟ ପାଇଁ ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ ରହିଥିଲା । ଦମକଳ ବାହିନୀ ନିଆଁକୁ ଆୟତ୍ତ କରିବା ସହ ବାଲେଶ୍ବର ନୂଆବଜାର ଅଞ୍ଚଳର ସମୀର କୁମାର ରାୟଙ୍କ ସମେତ ଦୁଇ ଜଣଙ୍କୁ ଉଦ୍ଧାର କରି ଭଣ୍ଡାରିପୋଖରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସମୀରଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.