Below header

ଅଜୟ ଦେବଗନଙ୍କ ଫିଲ୍ମ ‘ସୈତାନ୍‌’ ପ୍ରଥମ ଦିନରେ ବକ୍ସ ଅଫିସରେ ସୃଷ୍ଟି କଲା ହଇଚଇ, ଜାଣନ୍ତୁ କେତେ କୋଟି ଟଙ୍କା କଲା ରୋଜଗାର

ଫିଲ୍ମ ‘ସୈତାନ୍‌’ ମାର୍ଚ୍ଚ ୮ ରେ ରିଲିଜ୍‌ ହୋଇଛି । ଫିଲ୍ମ ’ସୈତାନ୍‌’ର ଟିଜର ରିଲିଜ ହେବା ଦିନଠାରୁ ଏହି ଫିଲ୍ମ ଦେଖିବା ପାଇଁ ଲୋକମାନେ ବହୁତ ଉତ୍ସାହର ସହ ଅପେକ୍ଷା କରିଥିଲେ । ତେବେ ଫିଲ୍ମରେ କଳା ଯାଦୁର ଖେଳ ମଧ୍ୟ ଦେଖିବାକୁ ମିଳିଛି ।

ବଲିଉଡ ଅଭିନେତା ଅଜୟ ଦେବଗନ୍, ଆର ମାଧବନ୍ ଏବଂ ଜ୍ୟୋତିକାଙ୍କ ଅଭିନୀତ ଫିଲ୍ମ ‘ସୈତାନ୍‌’ ମାର୍ଚ୍ଚ ୮ ରେ ରିଲିଜ୍‌ ହୋଇଛି । ଫିଲ୍ମ ’ସୈତାନ୍‌’ର ଟିଜର ରିଲିଜ ହେବା ଦିନଠାରୁ ଏହି ଫିଲ୍ମ ଦେଖିବା ପାଇଁ ଲୋକମାନେ ବହୁତ ଉତ୍ସାହର ସହ ଅପେକ୍ଷା କରିଥିଲେ । ତେବେ ଫିଲ୍ମରେ କଳା ଯାଦୁର ଖେଳ ମଧ୍ୟ ଦେଖିବାକୁ ମିଳିଛି । ଏଥିରେ ଅଜୟ ଦେବଗନ୍ ଏବଂ ଜ୍ୟୋତିକା ଏହି କଳା ଯାଦୁ ଏବଂ ସୈତାନ୍‌ର ସାମ୍ନା କୁଥିବାର ନଜର ଆସିଛନ୍ତି । କଳା ଯାଦୁ କରୁଥିବା ସୈତାନ୍‌ ଆର ମାଧବନ୍‌ଙ୍କ ବ୍ୟତୀତ ଆଉ କେହି ନୁହନ୍ତି । ଏହି ଫିଲ୍ମ ଆଡ୍‌ଭାନ୍ସ ବୁକିଂରେ ଭଲ କଲେକ୍ସନ୍‌ କରିବା ପରେ ଅଜୟ ଦେବଗନଙ୍କ ଫିଲ୍ମ ସୈତାନ୍‌ ବର୍ତ୍ତମାନ ପ୍ରଥମ ଦିନରେ ବକ୍ସ ଅଫିସରେ ବହୁତ ଟଙ୍କା ରୋଜଗାର କରିଛି । ତେବେ ଫିଲ୍ମ ସୈତାନ୍‌ର ପ୍ରଥମ ଦିନର କଲେକ୍ସନ୍‌ ସାମ୍ନାକୁ ଆସିଛି ।

ଏହି ଥ୍ରୀଲର ଫିଲ୍ମ ‘ସୈତାନ୍‌’ ଶୁକ୍ରବାର ସିନେମା ହଲ୍‌ରେ ମୁକ୍ତିଲାଭ କରିଛି । ଏହି ଫିଲ୍ମଟି ଲୋକଙ୍କର ବହୁତ ଭଲ ଭ୍ୟୁ ପାଇଛି । ସୂଚନା ମୁତାବକ, ଘରୋଇ ବକ୍ସ ଅଫିସରେ ଫିଲ୍ମ ଡବଲ ଡିଜିଟ୍‌ରେ ବହୁତ ଭଲ ଓପନିଗିଂ କରିଛି । ତେବେ ଏହି ଥ୍ରୀଲରରେ ଅଜୟ ଦେବଗନ୍, ଜ୍ୟୋତିକା ଏବଂ ଆର ମାଧବନ୍ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ତେବେ ଫିଲ୍ମ ‘ସୈତାନ୍‌’ ପ୍ରଥମ ଦିନରେ ଭାରତର ସମସ୍ତ ଭାଷାରେ ପ୍ରାୟ ୧୫.୫୦ କୋଟି ଟଙ୍କା ରୋଜଗାର କରିଥିଲା । ଏହା ସହ ମାର୍ଚ୍ଚ ୮ ରେ ସୈତାନ୍‌ ହିନ୍ଦୀ ଭାଷାରେ ପ୍ରାୟ ୨୫.୭୦% କଲେକ୍ସନ୍‌ କରିଛି ।

ବିକାଶ ବାହଲଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ସୈତାନ୍‌’ ମାର୍ଚ୍ଚ ୮ରେ ସିନେମା ହଲ୍‌ରେ ମୁକ୍ତିଲାଭ କରିଥିଲା । ଏହି ଫିଲ୍ମକୁ ଅଜୟ ଦେବଗନ୍, ଜ୍ୟୋତି ଦେଶପାଣ୍ଡେ, କୁମାର ମଙ୍ଗତ ପାଠକ ଏବଂ ଅଭିଷେକ ପାଠକ୍‌ ପ୍ରଡ୍ୟୁସ୍‌ କରିଛନ୍ତି । ଏହା ବ୍ୟତୀତ ଅଜୟଙ୍କ ଆହୁରି ୫ ଟି ବଡ ଫିଲ୍ମ ଚଳିତ ବର୍ଷ ମୁକ୍ତିଲାଭ କରିବାକୁ ଯାଉଛନ୍ତି । ତେବେ ଅଜୟ ଦେବଗନଙ୍କ ଏହି ଫିଲ୍ମକୁ ଫ୍ୟାନ୍ସମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।

ଫିଲ୍ମ ‘ସୈତାନ୍‌’ ପରେ ଅଜୟ ଦେବଗନଙ୍କ ଫିଲ୍ମ ‘ଅରୌ ମେନ୍ କାହାଁ ଡମ୍ ଥା’ ଏବଂ ଫିଲ୍ମ ‘ମଇଦାନ’ ଏପ୍ରିଲରେ ମୁକ୍ତିଲାଭ କରିବ । ଏହା ବ୍ୟତୀତ ଫିଲ୍ମ ‘ସିଙ୍ଘମ୍‌’ ଅଗଷ୍ଟରେ ରିଲିଜ୍ ହେବାକୁ ଯାଉଛି ଏବଂ ଫିଲ୍ମ ‘ରେଡି ୨’ ନଭେମ୍ବରରେ ମୁକ୍ତିଲାଭ କରିବାକୁ ଯାଉଛି । ଆର ମାଧବନଙ୍କ କାମ ବିଷୟରେ କହିବାକୁ ଗଲେ, ସେ ଶଶିକାନ୍ତଙ୍କ କ୍ରିକେଟ୍ ଡ୍ରାମା, ‘ଟେଷ୍ଟ’ ଏବଂ ‘ଜିଡି ନାଇଡୁ ବାୟୋପିକ୍’ ଭଳି ଅନେକ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.