Below header

ଥମୁନି ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା, ଚିତ୍ର କେବେ ସ୍ପଷ୍ଟ ହେବ ଏବେ ତାକୁ ଅପେକ୍ଷା

ବିଜେପି ରାଜ୍ଯ ସଭାପତି ମନମୋହନ ସାମଲଙ୍କ ମନ୍ତବ୍ୟ ପରେ ବି ଥମୁନି ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା । ଆସନ ବୁଝାମଣା ଚିତ୍ର ଏବେବି ଅସ୍ପଷ୍ଟ । କିଏ କେତେ ଆସନରେ ଲଢ଼ିବେ ତାକୁ ନେଇ ବିଭିନ୍ନ ମହଲରେ ଚାଲିଛି ନାନା ଚର୍ଚ୍ଚା ।

ବିଜେପି ରାଜ୍ଯ ସଭାପତି ମନମୋହନ ସାମଲଙ୍କ ମନ୍ତବ୍ୟ ପରେ ବି ଥମୁନି ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା । ଆସନ ବୁଝାମଣା ଚିତ୍ର ଏବେବି ଅସ୍ପଷ୍ଟ । କିଏ କେତେ ଆସନରେ ଲଢ଼ିବେ ତାକୁ ନେଇ ବିଭିନ୍ନ ମହଲରେ ଚାଲିଛି ନାନା ଚର୍ଚ୍ଚା । ଅଧିକାଂଶ ସଂଖ୍ୟା ଚର୍ଚ୍ଚାରେ କୌଣସି ସତ୍ୟତା ନାହିଁ । ଚିତ୍ର କେବେ ସ୍ପଷ୍ଟ ହେବ ଏବେ ତାକୁ ଅପେକ୍ଷା । ରାଜ୍ୟରେ ଲୋକସଭା ନିର୍ବାଚନ ପାଇଁ ବିଜେଡି-ବିଜେପି ମେଣ୍ଟ ହେବାର ସମ୍ଭାବନା ଅଧିକ ।

କିନ୍ତୁ ବର୍ତ୍ତମାନ ସ୍ଥିତିରେ ବିଧାନସଭା କ୍ଷେତ୍ରରେ ମେଣ୍ଟ ସମ୍ଭାବନା କ୍ଷୀଣ । ବିଜେପି ରାଜ୍ଯ ସଭାପତି ମନମୋହନ ସାମଲ ଗତକାଲି ରାତିରେ ଦିଲ୍ଲୀରୁ ଫେରିବା ପରେ ମେଣ୍ଟ ହେବନି ବୋଲି କହିଥିଲେ। ଏହା ସତ୍ତ୍ବେ ମେଣ୍ଟ ଚର୍ଚ୍ଚା ଥମିବାର ନାଁ ଧରୁନାହିଁ। କିନ୍ତୁ କେନ୍ଦ୍ରୀୟ ବିଜେପିର ଫୋକସରେ ରହିଛି ଲୋକସଭା ଆସନ। ଉଭୟ ଦଳର ଶୀର୍ଷ ନେତୃତ୍ୱ ମଧ୍ୟରେ ଭେଟ ହେବାର ସମ୍ଭାବନା ରହିଛି। ତେଣୁ ଲୋକସଭା ନିର୍ବାଚନ ମେଣ୍ଟ ନେଇ ନିଷ୍ପତ୍ତି ହୋଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.