ଫିଲ୍ମ ଷ୍ଟାଇଲରେ ଚୋରି, ସୁନା ରୂପା ଭର୍ତ୍ତି ବ୍ୟାଗକୁ ଝାମ୍ପିନେଲେ ଲୁଟେରା

ରାଜଧାନୀରେ ଥମୁନି ଲୁଟେରାଙ୍କ ଆତଙ୍କ । ଆଜିକାଲି ଏହି ଚୋରଙ୍କ ନଜର ସୁନା ଦୋକାନ ଉପରେ ରହିଛି । ପୁଣିଥରେ ସୁନା ଦୋକାନ ଆଗରୁ ଗହଣା ଭର୍ତ୍ତି ବ୍ୟାଗ ଝାମ୍ପିନେଲା ଲୁଟେରା । ଭୁବନେଶ୍ବର ଏୟାରଫିଲ୍ଡ ଥାନା ଅଞ୍ଚଳରେ ଏହି ଲୁଟ୍ ହୋଇଛି ।

ରାଜଧାନୀରେ ଥମୁନି ଲୁଟେରାଙ୍କ ଆତଙ୍କ । କେତେ ବେଳେ କାହା ଡିକି ଭାଙ୍ଗି ଲୁଟ୍ କରୁଛନ୍ତି ତ କେତେ ବେଳେ କାହା ଦୋକାନ ଭିତରେ ପଶି ଲୁଟି ନେଉଛନ୍ତି । ଆଜିକାଲି ଏହି ଚୋରଙ୍କ ନଜର ସୁନା ଦୋକାନ ଉପରେ ରହିଛି । ପୁଣିଥରେ ସୁନା ଦୋକାନ ଆଗରୁ ଗହଣା ଭର୍ତ୍ତି ବ୍ୟାଗ ଝାମ୍ପିନେଲା ଲୁଟେରା । ଭୁବନେଶ୍ବର ଏୟାରଫିଲ୍ଡ ଥାନା ଅଞ୍ଚଳରେ ଏହି ଲୁଟ୍ ହୋଇଛି । ଭିନ୍ନ ଭିନ୍ନ ସ୍ଥାନରେ ଏବେ ଲୁଟ୍‌ ର ମାତ୍ରା ବଢ଼ିଚାଲିଛି । ଖାସ୍‌ କରି ରାଜଧାନୀରେ ମାତିଛନ୍ତି ଏହି ଲୁଟେରା ।

ଲୁଟିବା ପାଇଁ ଖାଲି ସୁଯୋଗ ଖୋଜି ବୁଲୁଛନ୍ତି । ଆଉ ସୁବିଧା ସୁଯୋଗ ଦେଖି ଲୁଟୁଛନ୍ତି । ଲୁଟେରାମାନେ ନା ପୋଲିସ କୁ ଭୟ କରୁଛନ୍ତି ନା ଆଇନ୍‌ କୁ ଭୟ କରୁଛନ୍ତି । ତେବେ ଏଭଳି ଏକ ଲୁଟର ଶିକାର ହୋଇଛନ୍ତି ସୁନା ଦୋକାନ ମାଲିକ ମାନସ କୁମାର ସାହୁ । ମିଳିଥିବା ସୂଚନା ଅନୁସାରେ ମାନସ ଦୋକାନ ବନ୍ଦ କରି ସୁନା, ରୂପା ବ୍ୟାଗକୁ ବାଇକରେ ରଖି ଦୋକାନ ସଟର ବନ୍ଦ କରିବା ଭିତରେ ଏକଦମ ଫିଲ୍ମ ଷ୍ଟାଇଲରେ ବ୍ୟାଗଟିକୁ ଝାମ୍ପିନେଇଥିଲେ ଦୁଇ ଲୁଟେରା ।

ଏହି ବ୍ୟାଗରେ ସୁନା ମଙ୍ଗଳସୂତ୍ର ରୂପା ପାଉଁଜି ସହ ଅନ୍ୟ କିଛି ଅଳଙ୍କାର ମଧ୍ୟ ଥିଲା । ଏହି ସମୟରେ ମାନସ ଏହି ବାଇକ ପଛରେ ଦୌଡ଼ିଥିଲେ ମଧ୍ୟ ଲୁଟେରାଙ୍କୁ ଧରିବାରେ ସକ୍ଷମ ହୋଇନଥିଲେ ଏବଂ ଏହି ଲୁଟେରା ବ୍ୟାଗ ଧରି ଚମ୍ପଟ ମାରିଥିଲେ । ସୂଚନା ଅନୁଯାୟୀ ଏହି ଘଟଣା ବୁଧବାର ଦିନ ରାତି ୧୦ଟା ସମୟରେ ଘଟିଛି । ତେବେ ସିସିଟିଭିରେ କଏଦ ହୋଇଛି ଏହି ଲୁଟର ସମ୍ପୂର୍ଣ୍ଣ ଦୃଶ୍ୟ । ମାନସଙ୍କ ଅଭିଯୋଗ ପରେ ବର୍ତ୍ତମାନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଆଧାରରେ ତଦନ୍ତ କରୁଛି ।

ତେବେ ଆଜିକାଲି ଏଭଳି ଲୁଟ ମାମଲା ଖୁବ ସାଧାରଣ ହୋଇଗଲାଣି । ସୁଯୋଗ ପାଇଲେ ଏ ଚୋରମାନେ ଟଙ୍କା ଓ ସୁନା ଅଳଙ୍କାର ଚୋରି କରି ଫେରାର ମାରନ୍ତି । ଏମିତି ଅନେକ ଘଟଣା ପ୍ରତ୍ୟେକ ଦିନ ଘଟୁଛି । ଲୋକମାନେ ଯେତେ ସତର୍କ ହେଲେ ମଧ୍ୟ ଚୋରମାନେ ଚୋରି କରିବା ଛାଡ଼ୁ ନାହାନ୍ତି । ତେଣୁ ଆପଣ ଏଭଳି ଲୁଟରୁ ସୁରକ୍ଷିତ ରଖିବାକୁ ଚାହୁଁଥିଲେ ଯଥେଷ୍ଟ ସତର୍କ ଏବଂ ସାବଧାନ ରୁହନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.