ଖବର ପ୍ରସାରଣ ପରେ ସହାୟତାର ହାତ ବଢ଼େଇଲା ଡାକ୍ତରୀ ଦଳ, ସୁସ୍ଥ ହୋଇ ଘରକୁ ଫେରିବେ ବିଜୟ

ମାଛକୁଣ୍ଡ ଗ୍ରାମର ବିଜୟ ମାଛ ଦୀର୍ଘ ତିନି ବର୍ଷ ହେଲା ମଧୁମେହ ଓ ପକ୍ଷାଘାତ ରୋଗରେ ପୀଡିତ ହୋଇ ଶଯ୍ୟାରେ ପଡ଼ି ରହିଥିଲେ। ଗରିବ ପରିବାର ହୋଇ ଥିବାରୁ ବଡ଼ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଇ ପାରୁନଥିଲେ ଏ ନେଇ କେନ୍ୟୁଜ୍‌ରେ ଖବର ଦୁଇ ଦିନ ତଳେ ପ୍ରସାରଣ ହୋଇଥିଲା । ଖବର ପ୍ରସାରଣ ୨୪ ଘଣ୍ଟା ନ ପୁରୁଣୁ ଲମତାପୁଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଏକ ଟିମ୍ ବିଜୟ ଘରକୁ ଯାଇ ପ୍ରାଥମିକ ଚିକିତ୍ସା ଆରମ୍ଭ କରିଥିଲେ।

୩ ବର୍ଷ ଧରିି ରୋଗ ଶଯ୍ୟାରେ ପଡ଼ି ରହିଥିଲେ ବିଜୟ । ବଞ୍ଚିବାକୁ ସଂଘର୍ଷ କରି ଆସୁଛନ୍ତି । ଆଉ ସରକାରୀ ସହାୟତାକୁ ଅପେକ୍ଷା କରି ଆସୁଥିଲେ । ଖବର ପ୍ରସାରଣ ପରେ ଆଜି ବିଜୟଙ୍କୁ ଡାକ୍ତରୀ ଟିମ୍‌ ତରଫରୁ ମିଳିଛି ସହାୟତା।

ତେବେ ଲମତାପୁଟ ବ୍ଲକ ମାଛକୁଣ୍ଡ ଗ୍ରାମର ବିଜୟ ମାଛ ଦୀର୍ଘ ତିନି ବର୍ଷ ହେଲା ମଧୁମେହ ଓ ପକ୍ଷାଘାତ ରୋଗରେ ପୀଡିତ ହୋଇ ଶଯ୍ୟାରେ ପଡ଼ି ରହିଥିଲେ। ଗରିବ ପରିବାର ହୋଇ ଥିବାରୁ ବଡ଼ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଇ ପାରୁନଥିଲେ ଏ ନେଇ କେନ୍ୟୁଜ୍‌ରେ ଖବର ଦୁଇ ଦିନ ତଳେ ପ୍ରସାରଣ ହୋଇଥିଲା । ଖବର ପ୍ରସାରଣ ୨୪ ଘଣ୍ଟା ନ ପୁରୁଣୁ ଲମତାପୁଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଏକ ଟିମ୍ ବିଜୟ ଘରକୁ ଯାଇ ପ୍ରାଥମିକ ଚିକିତ୍ସା ଆରମ୍ଭ କରିଥିଲେ।

ଆଜି ସକାଳେ ଆମ୍ବୁଲାନ୍ସ ଯୋଗେ ବିଜୟଙ୍କୁ ଡାକ୍ତରଖାନାକୁ ଆଣି ପ୍ରାଥମିକ ଚିକିତ୍ସା ଆରମ୍ଭ କରାଯାଇଛି । ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ଅନ୍ୟତ୍ର ଉନ୍ନତ ମାନର ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯିବ।ଏବଂ ଡାକ୍ତର ମଧୁମେହ ରୋଗରେ ଆକ୍ରାନ୍ତ ଥିବା ବିଜୟଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ହେବା ଦେଖିବାକୁ ମିଳି ଥିବା କହିଛନ୍ତି। ଡାକ୍ତର ଯାହା ସୂଚନା ଦେଉଛନ୍ତିକି ବିଜୟଙ୍କ ସ୍ୱାସ୍ଥ୍ୟବସ୍ଥା ଖୁବ୍ ଶୀଘ୍ର ଭଲ ହୋଇଯିବା ଆଶା ରହିଛି ।

ବିଜୟ ପେସାରେ ଜଣେ ଡ୍ରାଇଭର ଥିଲେ । ସେଥିରୁ ଦୁଇ ପଇସା ରୋଜଗାର କରି ନିଜ ପରିବାରର ପୁଅ ଦୁଇ ଝିଅ ଓ ସ୍ତ୍ରୀ ସହିତ ବେଶ୍ ଖୁସିରେ ଜୀବନ ଯାପନ କରୁଥିଲେ। କିନ୍ତୁ ଏହି ହସଖୁସି ପରିବାରରେ ସତେ ଯେପରି କାହାର ନଜର ଲାଗିଗଲା। ଆଜକୁ ତିନି ବର୍ଷ ପୂର୍ବେ ବିଜୟ ମଧୁମେୟ ରୋଗରେ ଆକ୍ରାନ୍ତ ହେଲେ l ଧୀରେ ଧୀରେ ବିଭିନ୍ନ ରୋଗରେ ସେ ଆକ୍ରାନ୍ତ ହୋଇ ଦେହ ସମ୍ପୂର୍ଣ୍ଣ ଖରାପ ହେବାରେ ଲାଗିଲା। ଶେଷରେ ବିଜୟଙ୍କ ଦୁଇ ଗୋଡ଼ ଓ ଗୋଟିଏ ହାତ ପକ୍ଷାଘାତ ରୋଗ ଦ୍ଵାରା ସମ୍ପୂର୍ଣ୍ଣ ଅଚଳ ହୋଇଗଲା। ସାହାରା ବିନା ସେ ଖଟରୁ ତଳକୁ ଓହ୍ଲାଇ ପାରନ୍ତି ନାହିଁ। ବେଳେ ବେଳେ ଖଟରେ ହିଁ ଝାଡ଼ା ପରିସ୍ରା କରି ଦିଅନ୍ତି। ଏଥି ପାଇଁ ଘରର ସମସ୍ତେ ଅସୁବିଧାର ସମ୍ମୁଖୀନ ମଧ୍ୟ ହୋଇଥାଆନ୍ତି। ଗରିବ ପରିବାର ହୋଇଥିବାରୁ ବଡ଼ ଡାକ୍ତରଖାନାକୁ ଯାଇ ଚିକିତ୍ସା କରାଇ ପାରୁନଥିଲେ । ଏହି ଖବର ପ୍ରସାରଣ ପରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଏକ ଟିମ୍ ବିଜୟଙ୍କୁ ସାହାଯ୍ୟ କରିଛନ୍ତି । ଏବେ ବିଜୟ ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ଆଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.