କଞ୍ଚା ଆଳୁରେ ତିଆରି କରନ୍ତୁ ଫେସ୍‌ ପ୍ୟାକ୍‌ ଓ ସ୍କ୍ରବ୍‌, ଅନେକ ସ୍କିନ୍‌ ସମସ୍ୟା ହେବ ଦୂର

ଚେହେରାରୁ ଟ୍ୟାନିଂ ହଟାଇବା ଏବଂ ଦାଗ ଦୂର କରିବା ପାଇଁ ଲୋକମାନେ ଅନେକ ପ୍ରକାରର ଜିନିଷ ଲଗାଉଛନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି ଆଳୁର ବ୍ୟବହାର ଏଥିପାଇଁ ସବୁଠାରୁ ଭଲ ଉପାୟ ବୋଲି ବିବେଚନା କରାଯାଏ । କଞ୍ଚା ଆଳୁ ସ୍କିନ୍‌ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି କୁହାଯାଏ ।

ଆଜିକାଲି ଲୋକମାନେ ବୟସ ବଢିବା ସହିତ ସୁନ୍ଦର ରହିବା ପାଇଁ ଅନେକ ପ୍ରକାରର ଜିନିଷ ବ୍ୟବହାର କରୁଛନ୍ତି । ଚେହେରାରୁ ଟ୍ୟାନିଂ ହଟାଇବା ଏବଂ ଦାଗ ଦୂର କରିବା ପାଇଁ ଲୋକମାନେ ଅନେକ ପ୍ରକାରର ଜିନିଷ ଲଗାଉଛନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି ଆଳୁର ବ୍ୟବହାର ଏଥିପାଇଁ ସବୁଠାରୁ ଭଲ ଉପାୟ ବୋଲି ବିବେଚନା କରାଯାଏ । କଞ୍ଚା ଆଳୁ ସ୍କିନ୍‌ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି କୁହାଯାଏ । ସ୍କିନ୍‌ରେ କଞ୍ଚା ଆଳୁ ଲଗାଇବା ଦ୍ୱାରା ରିଙ୍କଲ୍ସ, ବ୍ରଣ ଏବଂ ଟ୍ୟାନିଂ ସମସ୍ୟା ଦୂର ହୋଇଥାଏ । କଞ୍ଚା ଆଳୁ ରସ ଏକ ପ୍ରାକୃତିକ ସ୍କ୍ରବ୍‌ ଭାବରେ କାମ କରେ । ଆଜିକାଲି ସୂର୍ଯ୍ୟକିରଣରେ ବାହାରିବା ମାତ୍ରେ ସ୍କିନ୍‌ ଟ୍ୟାନ୍ ହୋଇଯାଏ । ଏହା ପରେ ବ୍ରଣ ହେତୁ ସ୍କିନ୍‌ରେ ଦାଗ ଦେଖାଯିବା ଆରମ୍ଭ କରେ । ଏପରି ପରିସ୍ଥିତିରେ ଆପଣ ମୁହଁରେ ଆଳୁ ରସ ବ୍ୟବହାର କରିପାରିବେ । ତେବେ ସ୍କିନ୍‌ରେ ଆଳୁ ରସ କିପରି ଲଗାଇବେ ଆସନ୍ତୁ ସେନେଇ କିଛି ବିଶେଷ କଥା ଜାଣିବା ।

ଆଳୁ ରସରେ ଫେସ୍ ପ୍ୟାକ୍ ପ୍ରସ୍ତୁତ କରନ୍ତୁ :
ଆଳୁରେ ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ ଯାହା ସ୍କିନ୍‌କୁ ଭଲ ରଖିବାରେ ସାହାଯ୍ୟ କରିଥାଏ । ମୁହଁରେ ଆଳୁ ରସ ଲଗାଇବା ଦ୍ୱାରା ତ୍ୱଚାର ଅନେକ ସମସ୍ୟା ଦୂର ହୋଇଥାଏ ଏବଂ ସ୍କିନ୍‌କୁ ଚମକାଇଥାଏ । ତେବେ ଆପଣ ଆଳୁକୁ ଫେସ୍ ପ୍ୟାକ୍ ଭାବରେ ବ୍ୟବହାର କରିପାରିବେ । ଏଥିପାଇଁ ୧ ଆଳୁକୁ ଗ୍ରେଟ୍‌ କରିଦିଅନ୍ତୁ । ଏହାପରେ ଆଳୁରେ କିଛି ଲେମ୍ବୁ ରସ, କ୍ଷୀର ଏବଂ ବେସନ ମିଶାନ୍ତୁ । ଏହି ପେଷ୍ଟକୁ ୨୦ ମିନିଟ୍ ପାଇଁ ମୁହଁରେ ଲଗାନ୍ତୁ ଏବଂ ପରେ ଧୋଇ ଦିଅନ୍ତୁ ।

ଆଳୁରେ ଫେସ୍‌ ସ୍କ୍ରବ୍ :
ଡେଡ ସ୍କିନ୍‌ ପାଇଁ ଆଳୁ ଭଲ କାମ କରେ । ଯଦି ଆପଣଙ୍କ ସ୍କିନ୍‌ ଅଧିକ ଡଲ୍‌ ଦେଖାଯାଉଛି, ତେବେ ଆଳୁ ବ୍ୟବହାର କରନ୍ତୁ । ଆଳୁ ସ୍କ୍ରବ୍ ତିଆରି କରିବାକୁ, ଗୋଟିଏ ଆଳୁକୁ ଗ୍ରେଟ୍‌ କରନ୍ତୁ ଏବଂ ଏଥିରେ ୧ ଚାମଚ କ୍ଷୀର ଏବଂ ୧ ଚାମଚ ଓଟ୍ସ ମିଶାନ୍ତୁ । ଏହାପରେ ସେହି ସ୍କ୍ରବ୍‌କୁ ମୁହଁରେ ଲଗାନ୍ତୁ ଏବଂ ଧୀରେ ଧୀରେ ଘସନ୍ତୁ । ଆପଣ ଏହାକୁ କେବଳ ୫ ମିନିଟ୍ ପାଇଁ ସ୍କ୍ରବ୍ କରନ୍ତୁ । ଏହା ସ୍କିନ୍‌ରେ ଜମା ହୋଇଥିବା ମଇଳାକୁ ସଫା କରିବ ଏବଂ ସ୍କିନ୍‌କୁ ଚମକାଇବା ।

ଏପରି ଭାବେ ଆଳୁ ରସ ବ୍ୟବହାର :
ଆଳୁ ପିଗମେଣ୍ଟେସନ୍ ହଟାଇବାରେ ସାହାଯ୍ୟ କରେ । ଆଳୁରେ ଥିବା ପୋଟାସିୟମ୍ ସ୍କିନ୍‌ର ଦାଗକୁ କମ୍‌ କରିଥାଏ । ଆଳୁ ରସ ଲଗାଇବା ଦ୍ୱାରା ଟ୍ୟାନିଂ, ଦାଗ ଏବଂ ଫ୍ରାକ୍ଲେସ୍ କମିଯାଏ । ଆଳୁ ରସରେ ଭିଟାମିନ୍ B6 ଥାଏ ଯାହା ସ୍କିନ୍‌ର ଅନେକ ସମସ୍ୟାକୁ ଦୂର କରିଥାଏ । ଯଦି ଆପଣ ସପ୍ତାହରେ ୩ ରୁ ୪ ଥର ଆଳୁ ରସ ଲଗାଇବେ, ତେବେ ସ୍କିନ୍‌ ସମ୍ଭନ୍ଧୀୟ ଅନେକ ସମସ୍ୟା ଦୂର ହେବା ସହ ମୁହଁରେ ଚମକ ମଧ୍ୟ ଆସିଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.