Below header

ଗଞ୍ଜାମରେ ରହିଛି ବିରଳ ପାରଦ ଶିବ ଲିଙ୍ଗ, ଯାହାଙ୍କୁ ଦର୍ଶନ କଲେ ପୂରଣ ହୁଏ ସମସ୍ତ ମନସ୍କାମନା

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଯୁମୁନା ଗିରି ପର୍ବତରେ ପୂଜା ପାଉଛନ୍ତି ସିଦ୍ଧେଶ୍ୱର ମହାଦେବ । ପ୍ରାୟ ହଜାର ବର୍ଷରୁ ଅଧିକ ସମୟ ଧରି ଏହି ମନ୍ଦିରର କିମ୍ବଦନ୍ତୀ ଲୋକକଥାର ଇତିହାସ ରହିଛି ।

ଆସିକା (କେନ୍ୟୁଜ): ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଯୁମୁନା ଗିରି ପର୍ବତରେ ପୂଜା ପାଉଛନ୍ତି ସିଦ୍ଧେଶ୍ୱର ମହାଦେବ । ପ୍ରାୟ ହଜାର ବର୍ଷରୁ ଅଧିକ ସମୟ ଧରି ଏହି ମନ୍ଦିରର କିମ୍ବଦନ୍ତୀ ଲୋକକଥାର ଇତିହାସ ରହିଛି । ଗୁମ୍ଫା, ସ୍ଵର୍ଣ୍ଣ ପଦ୍ମ,କାଳୀ ଗାଈ, ଶାମୁକା ବନ୍ଧ,ଆଉଜାପସ୍ତର, ସିଦ୍ଧେସ୍ଵର ମହାଦେବଙ୍କ ଢାଳଫିଙ୍ଗା ପରି ଅନେକ ଅଲୌକିକ ଘଟଣା ଭକ୍ତମାନଙ୍କ ମନରେ ଭଗବାନ ପ୍ରତି ବିଶ୍ୱାସ ଜମେଇବାରେ ସଫଳ ହୋଇଛି ।

ତେବେ ଏହି ସିଦ୍ଧେଶ୍ୱର ମହାଦେବଙ୍କୁ ପୀଢ଼ି ପରେ ପୀଢ଼ି କେତେକ କୁମ୍ଭାର ପରିବାର ପୂଜା କରୁଛନ୍ତି । ତେଵେ ମନ୍ଦିରର ସୌନ୍ଦର୍ଯ୍ୟ ଶାନ୍ତ ପରିବେଶର ବାତାବରଣ ଏବେ ପର୍ଯ୍ୟଟକ ମାନଙ୍କୁ ବେଶ ଆକୃଷ୍ଟ କରୁଛି । ଏଠାକାର ଆଉ ଏକ ବିଶେଷତ୍ୱ ହେଉଛି ଏଠିକାର ମନ୍ଦିରରେ ପୂଜା ପାଉଛନ୍ତି ପୃଥିବୀର ବହୁ ଦୁର୍ଲଭ ପାରଦ ଶିବାଲିଙ୍ଗ ଯାହାକି ଦେଖିବାକୁ ବିରଳ ।

ପୁରାଣଶାସ୍ତ୍ର ଅନୁସାରେ ଦେବାଧିଦେବ ମହାଦେବ ଶିବଙ୍କ ଅନେକ ଲିଙ୍ଗ ମଧ୍ୟରୁ ପାରଦେଶ୍ୱର ଲିଙ୍ଗକୁ ଶ୍ରେଷ୍ଠ ଲିଙ୍ଗ ଭାବେ ବିଚାର କରାଯାଏ । ଭାରତର ପ୍ରଥମ ପାରଦ ଶିବଲିଙ୍ଗ ରାଜସ୍ଥାନର ଯୋଦ୍ଧପୁର ସ୍ଥିତ ହରିଦ୍ୱାରରେ ଥିବାବେବେଳେ ଦ୍ୱିତୀୟଟି ଓଡିଶାର ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଯମୁନା ପାହାଡ଼ ପାଦ ଦେଶରେ ପୂଜା ପାଉଛନ୍ତି ।ଯାହାର ଓଜନ ୫୧.୨୦୦ କିଲୋ ରହିଛି । ଏହାକୁ ମହାରାଷ୍ଟ୍ର ଯୋଦ୍ଧପୁରରୁ ଅଣାଯାଇ ଏଠାରେ ସ୍ଥାପନ କରାଯାଇଛି । ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ଭକ୍ତ ଆସି ଏହି ପାରଦ ଲିଙ୍ଗକୁ ଦର୍ଶନ କରି ଫେରିଥାନ୍ତି । ତେବେ ଗତକାଲି ଚଳଚଞ୍ଚଳ ହୋଇଉଠିଥିଲା ଏହି ଶୈବ ପୀଠଟି । ମହାଶିବରାତ୍ରୀ ଅବସରରେ ରୀତି ନୀତି ଅନୁଯାୟୀ ପୂଜା ପାଠ କରାଯାଇଥାଏ ବୋଲି ମନ୍ଦିର ପୂଜକ କହିଛନ୍ତି ।

ତେବେ ପାରଦ ଶିବ ଲିଙ୍ଗଙ୍କର ଏକ ମାହାତ୍ମ୍ୟ ରହି ଆସିଛି । କୁହାଯାଏ ଶିବରାତ୍ରୀ ଦିନରେ ଏହି ପାରଦ ଶିବ ଲିଙ୍ଗକୁ ଦର୍ଶନ କଲେ ମନସ୍କାମନା ପୂରଣ ହୁଏ । ପାରଦ ଶିବ ଲିଙ୍ଗ ଥିବା ଏହା ଜିଲ୍ଲାର ପ୍ରଥମ ଶୈବ ପୀଠ  ମହାଶିବରାତ୍ରୀରେ ସମସ୍ତ ଶୈବ ପୀଠ ଚଳଚଞ୍ଚଳ ଥିବାବେଳେ ପାରଦ ଶିବ ଲିଙ୍ଗକୁ ଦର୍ଶନ କଲେ ଯାହା ମନସ୍କାମନା କଲେ ପୂରଣ ହୁଏ ବୋଲି ଭକ୍ତଙ୍କ ମନରେ ବିଶ୍ୱାସ ରହିଆସିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.