ସକାଳୁ ସକାଳୁ ଗୁଜବ ଶୁଶି ଶନି ମନ୍ଦିରରେ ଭୋଗ ଥାଳି ଧରି ପହଞ୍ଚିଲେ ମହିଳାମାନେ.

ଡିଜିଟାଲ ଯୁଗରେ ବି ଚାଲିଲାଣି ଡିଜିଟାଲ ଅପପ୍ରଚାର । ଆଜ୍ଞା ଯାହା ଜଣାପଡିଛି କି ଗୁଜବକୁ ନେଇ ମାନସିକଧାରୀଙ୍କର ଏଠାରେ ଜମିଛି ଭିଡ଼ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ସିଦ୍ଧମଠ ଠାରେ ଥିବା ଶନି ମନ୍ଦିରରେ । କଥାରେ ଅଛି ବିଶ୍ୱାସ ମୂଳେ ଭଗବାନ । ଠିକ୍ ଏମିତି ଏକ ଘଟଣା ଘଟିଛି ।

କେନ୍ଦୁଝର(କେନ୍ୟୁଜ): ଜମିଛି ମହିଳା ମାନଙ୍କ ଭିଡ । ହାତରେ ପୂଜା ଥାଳି ଧରି ଧାଡି ହୋଇ ଛିଡା ହୋଇଛନ୍ତି ମହିଳାମାନେ । ହେଲେ ଆପଣ ଭାବୁଥିବେ ଏଥିରେ ନୂଆ କଥା କଣ । ମନ୍ଦିର ମସ୍ମୁଖରେ ଏମିତି ଦୃଶ୍ୟ ତ ସ୍ଵଭାବିକ କଥା । ହେଲେ ପୂଜା ପଛର ରହସ୍ୟ ଜାଣିଲେ ଆପଣ ବି ଚକିତ ହେବେ ।

ଡିଜିଟାଲ ଯୁଗରେ ବି ଚାଲିଲାଣି ଡିଜିଟାଲ ଅପପ୍ରଚାର ।  ଯାହା ଜଣାପଡିଛି କି ଗୁଜବକୁ ନେଇ ମାନସିକଧାରୀଙ୍କର ଏଠାରେ ଜମିଛି ଭିଡ଼ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ସିଦ୍ଧମଠ ଠାରେ ଥିବା ଶନି ମନ୍ଦିରରେ । କଥାରେ ଅଛି ବିଶ୍ୱାସ ମୂଳେ ଭଗବାନ । ଠିକ୍ ଏମିତି ଏକ ଘଟଣା ଘଟିଛି ।

ହଠାତ୍ ସକାଳୁ ସକାଳୁ ଶୁଣିବାକୁ ମିଳିଲା କି ଆଜି ଶନିବାରରେ ଯାହାର ଗୋଟିଏ ପୁଅ ଥିବ ସେ ଦୁଇ ପୁଅ ଥିବା ଘରୁ ଦୁଇ ଟଙ୍କା ଲେଖାଏଁ ସାତ ଜଣଙ୍କ ଘରୁ ସଂଗ୍ରହ କରି ସେହି ଟଙ୍କାରେ ଠାକୁରଙ୍କ ପାଖରେ ଭୋଗ ଲାଗି କଲେ ମାନସିକ ପୂରଣ ହୋଇଥାଏ । ସେଥିଲାଗି ଆଜି ସକାଳୁ ବହୁ ଆଶା ବିଶ୍ୱାସ ନେଇ ଶନି ମନ୍ଦିର ସମ୍ମୁଖରେରେ ମହିଳାମାଙ୍କର ଭିଡ଼ ଦେଖିବାକୁ ମିଳିଥିଲା । ଆମେ କାହାର ବିଶ୍ୱାସରେ ଆଘାତ ପହଞ୍ଚାଇନୁ କି, ଆଜିର ଯୁଗରେ ଅନ୍ଧବିଶ୍ୱାସକୁ ପ୍ରୋତ୍ସାହନ ବି ଦେଉନାହୁଁ । ଖାଲି କହୁଛୁ କି, ଆଜିବି କିଛି ଲୋକଙ୍କ ମନରୂ ଦୂର ହୋଇ ନାହିଁ ଅନ୍ଧବିଶ୍ୱାସ ।

ହାତରେ ପୂଜା ସାମଗ୍ରୀ ଧରି ଘଣ୍ଟା ଘଣ୍ଟା ଧରି ଭକ୍ତ ମାନେ ଛିଡା ହୋଇ ଠାକୁରଙ୍କୁ ଦର୍ଶନ କରି ନିଜର ମାନସିକ ରଖିବା ଠିକ୍ ଅଛି । ହେଲେ ଯାହାର ଗୋଟିଏ ପୁଅ ଥିବ ସେ ଦୁଇ ପୁଅ ଥିବା ଘରୁ ଦୁଇ ଟଙ୍କା ଲେଖାଏଁ ଆଣିବା କଥା କିଛି ବୁଝାପଡିଲାନି । ତେବେ କେହି ଜଣେ ଦୁର୍ବୃତ୍ତ ଏହି ଗୁଜବକୁ ଅପପ୍ରଚାର କରିଥିବା ଜଣାପଡିଛି । ଏପଟେ ମନ୍ଦିର ପୂଜକ କହିଛନ୍ତି କିଛି ମାନସିକ ରଖି ଦର୍ଶନ କରିବାକୁ ଭକ୍ତ ମାନେ ଆସିଛନ୍ତି ।

ତେବେ ସୂଚନା ଥାଉକି, ପୂର୍ବରୁ ମଧ୍ୟ ଏଭଳି କିଛି ଅପପ୍ରଚାର କରି ଲୋକଙ୍କ ମନରେ ଅନ୍ଧବିଶ୍ୱାସ ଭରି ଥିବାରୁ ଶନି ମନ୍ଦିରରେ ଭିଡ଼ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ପୋଲିସ ପ୍ରଶାସନ ହସ୍ତକ୍ଷେପ ପରେ ଭିଡ଼କୁ ଆୟତ୍ତ କରାଯାଇଥିଲା । ତେବେ ଭଗବାନଙ୍କୁ ବିଶ୍ୱାସ କରନ୍ତୁ ଏଥିରେ କିଏ କିଛି କହିବାର ନାହିଁ କିନ୍ତୁ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହେଇ ଏଭଳି ଘଟଣାରୁ ଦୁରେଇ ରହନ୍ତୁ ଏମିତି ହିଁ ସଚେତନ କରିବୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.