ବିଚ୍‌ ରାସ୍ତାରେ ବୃଦ୍ଧଙ୍କ ଜୀବନ ନେଲା ଯୁବକ, ଭୟରେ ଥରହର ଲୋକେ

ରାସ୍ତାରେ ଯାଉଥିଲେ ବୃଦ୍ଧ ଜଣକ କିନ୍ତୁ ତାଙ୍କ ସହ ଏପରି କିଛି ଘଟିଯିବ ସେ କେବେ ଭାବି ନଥିଲେ । ବିଚ୍‌ ରାସ୍ତାରେ ତାଙ୍କ ସହ ଯାହା ଘଟିଯାଇଛି ଆପଣ ମଧ୍ୟ ସ୍ୱପ୍ନରେ ବି ସୁଦ୍ଧା ଭାବି ପାରିବେନି । ବୃଦ୍ଧ ଜଣକୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଜଣେ ଯୁବକ । ଯାହାର କାରଣ ଅସ୍ପଷ୍ଟ ରହିଛି । ହତ୍ୟାକାଣ୍ଡର ରହସ୍ୟ ଖୋଜୁଛି ପୋଲିସ ।

ଯାଜପୁର(କେନ୍ୟୁଜ୍‌): ରାସ୍ତାରେ ଯାଉଥିଲେ ବୃଦ୍ଧ ଜଣକ କିନ୍ତୁ ତାଙ୍କ ସହ ଏପରି କିଛି ଘଟିଯିବ ସେ କେବେ ଭାବି ନଥିଲେ । ବିଚ୍‌ ରାସ୍ତାରେ ତାଙ୍କ ସହ ଯାହା ଘଟିଯାଇଛି ଆପଣ ମଧ୍ୟ ସ୍ୱପ୍ନରେ ବି ସୁଦ୍ଧା ଭାବି ପାରିବେନି । ବୃଦ୍ଧ ଜଣକୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଜଣେ ଯୁବକ । ଯାହାର କାରଣ ଅସ୍ପଷ୍ଟ ରହିଛି । ହତ୍ୟାକାଣ୍ଡର ରହସ୍ୟ ଖୋଜୁଛି ପୋଲିସ । ଏପରି ଅଭାବନୀୟ କାଣ୍ଡ ଯାଜପୁର ସଦର ଥାନା ଅନ୍ତର୍ଗତ ଜମଧର ପଞ୍ଚାୟତରେ ଘଟିଯାଇଛି । ବୃଦ୍ଧ ଜଣକ ରାସ୍ତାରେ ଯାଉଥିବା ବେଳେ ତାଙ୍କୁ ହତ୍ୟା କରାଯାଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟ ସୃଷ୍ଟି ହୋଇଛି । ବୃଦ୍ଧଙ୍କୁ ହତ୍ୟା କରିଛି ଜଣେ ଯୁବକ।

ତେବେ ମୃତକ ଜଣକ ହେଲେ ସ୍ୱପ୍ନେଶ୍ୱରପୁର ଗାଁ ର କାଳନ୍ଦୀ ମଲ୍ଲିକ। ତେବେ ସେ ହଠାତ୍‌ ବୃଦ୍ଧଙ୍କ ଉପରେ ଆକ୍ରମଣ କରିଛନ୍ତି ତାହାର କାରଣ ଜଣାପଡ଼ିନାହିଁ। ଆଜି ସକାଳୁ ସକାଳୁ ଏହି ଅଘଟଣ ଘଟିଯାଇଛି । ତେବେ ଅଭିଯୁକ୍ତ ସୁରେନ୍ଦ୍ର ବେହେରା ଏକ ଧାରୁଆ ଅସ୍ତ୍ରରେ କାଳନ୍ଦୀଙ୍କୁ ଆକ୍ରମଣ କରିଥିଲା । ଫଳରେ ଘଟଣା ସ୍ଥଳରେ କାଳନ୍ଦୀ ଜୀବନ ଚାଲିଯାଇଛି ।

ତେବେ କୁହାଯାଉଛି ଗତକାଲି ଠାରୁ ସେ କଟୁରି ଧରି ବୁଲିଥିବା ବେଳେ ଆଜି ସକାଳୁ କାଳନ୍ଦୀ ତାଙ୍କ ଘର ସମ୍ମୁଖରେ ଯାଉଥିବା ବେଳେ କାଳନ୍ଦୀଙ୍କ ଉପରେ ଆକ୍ରମଣ କରିଥିଲା । ଏହି ଆକ୍ରମଣର ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ୁନଥିବା ବେଳେ ଏଭଳି ହତ୍ୟାକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ଫଳରେ ପିଲାମାନେ ଘରୁ ବାହାରୁ ନଥିବା ବେଳେ ସ୍କୁଲ୍‌ ମଧ୍ୟ ଯାଉନାହାଁନ୍ତି । ଫଳରେ ପିଲାମାନଙ୍କ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ । ଏନେଇ ଖବର ପାଇ ସଦରଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ସୁରେନ୍ଦ୍ର ବେହେରାକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.