ଏଲଭିଶ ଯାଦବଙ୍କ ବିରୋଧରେ ପୁଣି ମାମଲା ରୁଜୁ, ୟୁଟ୍ୟୁବର୍ ସାଗର ଠାକୁରଙ୍କୁ ମାରୁଥିବାର ଭିଡିଓ ହେଉଛି ଭାଇରାଲ

ଏଲଭିଶ ଯାଦବଙ୍କ ବିରୋଧରେ ପୁଣି ଏକ ମାମଲା ରୁଜୁ ହୋଇଛି । ଯେଉଁଥିରେ ସେ ଅନ୍ୟ ଜଣେ ୟୁଟ୍ୟୁବର୍ ଙ୍କ ସହ ମାରପିଟ୍‌ କରୁଥିବା ନଜର ଆସିଛନ୍ତି । ବର୍ତ୍ତମାନ ୟୁଟ୍ୟୁବର୍ ସାଗର ଠାକୁର ବିଗ୍ ବସ୍ ଓଟିଟି ୨ ବିଜେତା ଏଲଭିଶ ଯାଦବଙ୍କ ବିରୋଧରେ ଏଫଆଇଆର ଦାଖଲ କରିଛନ୍ତି ।

ବିଗ୍ ବସ୍ ଓଟିଟି ୨ ବିଜେତା ତଥା ଫେମସ୍‌ ୟୁଟ୍ୟୁବର୍‌ ଏଲଭିଶ୍ ଯାଦବ ପୁଣିଥରେ ଚର୍ଚ୍ଚାରେ ଅଛନ୍ତି । ସୂଚନା ମୁତାବକ, ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ଅନ୍ୟ ଜଣେ ୟୁଟ୍ୟୁବର୍ ଙ୍କ ସହ ମାରପିଟ୍‌ କରୁଥିବା ନଜର ଆସିଛନ୍ତି । ବର୍ତ୍ତମାନ ୟୁଟ୍ୟୁବର୍ ସାଗର ଠାକୁର ବିଗ୍ ବସ୍ ଓଟିଟି ୨ ବିଜେତା ଏଲଭିଶ ଯାଦବଙ୍କ ବିରୋଧରେ ଏଫଆଇଆର ଦାଖଲ କରିଛନ୍ତି ।

ଖବର ଅନୁଯାୟୀ, ଏହି ଘଟଣା ପରେ ଏଲଭିଶ ଯାଦବଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ସାଗର ଗୁରୁଗ୍ରାମ ପୋଲିସ ଷ୍ଟେସନରେ ଏଫଆଇଆର କରିଥିଲେ । ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ସେ ଏହି ମାର୍‌ପିଟ୍‌ ବିଷୟରେ କହିଛନ୍ତି । ତେବେ ମ୍ୟାକ୍ସଟର୍ନ ନାମରେ ଜଣାଶୁଣା ସାଗର ଠାକୁର ଗୁରୁଗ୍ରାମ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ଯେ ଏଲଭିଶ ଯାଦବ ତାଙ୍କୁ ଏବଂ ତାଙ୍କ ସାଙ୍ଗମାନଙ୍କୁ ମାରିଛନ୍ତି । ଏହି ଭିଡିଓ ବିଷୟରେ ଜାଣିବା ପରେ ଗୁରୁଗ୍ରାମ ପୋଲିସ ମାମଲା ରୁଜୁ କରିଛି । ଆଇପିସିର ଧାରା ୧୪୭, ୧୪୯, ୩୨୩ ଏବଂ ୫୦୬ ଅନୁଯାୟୀ ଏଲଭିଶଙ୍କ ବିରୋଧରେ ଏକ ଏଫଆଇଆର ଦାଖଲ କରାଯାଇଛି ।

ଏହା ପରେ ମ୍ୟାକ୍ସଟର୍ନ କହିଛନ୍ତି ଯେ ଏଲଭିଶ ତାଙ୍କୁ ହତ୍ୟା କରିବାକୁ ଖୋଲାଖୋଲି ଧମକ ଦେଇଛନ୍ତି, କିନ୍ତୁ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଏପରି ଭାବେ ସାଗର ଏଲଭିଶ ଯାଦବଙ୍କୁ ଅପରାଧୀ ବୋଲି କହିଥିଲେ । ତେବେ ସୋସିଆଲ ମିଡିଆରେ ଶୁକ୍ରବାର ସକାଳୁ ଭାଇରାଲ ହେଉଥିବା ଏକ ଭିଡିଓରେ ଏଲଭିଶ ମଲରେ ଏଣ୍ଟ୍ରି କରି ୟୁଟ୍ୟୁବରକୁ ମାଡ ମାରୁଥିବାର ନଜର ଆସିଛନ୍ତି । ଏହା ସହ ସେହି ସମୟରେ ବିଗ୍ ବସ୍ ଓଟିଟି ୨ ବିଜେତାଙ୍କ ସହିତ ଆହୁରି ଅନେକ ଲୋକ ମଧ୍ୟ ଥିଲେ । ଭିଡିଓରେ ଏଲଭିଶ ମଲରେ ଏଣ୍ଟ୍ରି କରି ସାଗର ଠାକୁରଙ୍କୁ ଚାପୁଡ଼ା ମାରିବା ସହ ତାଙ୍କୁ ଅତି ନିଷ୍ଟୁର ଭାବେ ପିଟିଥିବାର ଦେଖିବାକୁ ମିଳିଛି । ଯାହାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଜୋର୍‌ସୋର ଭାଇରାଲ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.