ଧର୍ମଶାଳା ଟେଷ୍ଟ : ଭାରତ କବଜାରେ ମ୍ୟାଚ ଏବଂ ସିରିଜ, ଇନିଂସ ଓ ୬୪ ରନରେ ଜିତିଲା

ଧର୍ମଶାଳାରେ ଚାଲିଥିବା ଶେଷ ଟେଷ୍ଟ ମ୍ୟାଚକୁ ପ୍ରଥମ ଇନିଂସ ଏବଂ ୬୪ ରନରେ ଜିତିଛି ଭାରତ । ଇଂଲଣ୍ଡ ଟିମ୍‌ ପ୍ରଥମ ଇନିଂସରେ ୨୧୮ ରନ୍‌ କରି ଅଲଆଉଟ୍‌ ହୋଇଥିଲା । ଆଉ ଭାରତ ଏହାର ଜବାବରେ ୪୭୭ ରନ୍‌ କରି ୨୫୫ ରନରେ ଆଗୁଆ ଥିଲା ।

ଭାରତ-ଇଂଲଣ୍ଡ ମଧ୍ୟରେ ଧର୍ମଶାଳାରେ ଚାଲିଥିବା ଶେଷ ଟେଷ୍ଟ ମ୍ୟାଚକୁ ପ୍ରଥମ ଇନିଂସ ଏବଂ ୬୪ ରନରେ ଜିତିଛି ଭାରତ । ଇଂଲଣ୍ଡ ଟିମ୍‌ ପ୍ରଥମ ଇନିଂସରେ ୨୧୮ ରନ୍‌ କରି ଅଲଆଉଟ୍‌ ହୋଇଥିଲା । ଆଉ ଭାରତ ଏହାର ଜବାବରେ ୪୭୭ ରନ୍‌ କରି ୨୫୫ ରନରେ ଆଗୁଆ ଥିଲା । ଭାରତ ଅଲଆଉଟ ହେବା ପରେ ଇଂଲଣ୍ଡ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା । କିନ୍ତୁ ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ମାତ୍ର ୨୧୮ ରନ୍‌ କରି ଅଲଆଉଟ ହେବା ପରେ ଭାରତ ପ୍ରଥମ ଇନିଂସ ଏବଂ ୬୪ ରନରେ ବିଜୟ ଲାଭ କରିଛି । ଏହାସହିତ ୫ଟି ମ୍ୟାଚ୍‌ ବିଶିଷ୍ଟ ସିରିଜକୁ ୪-୧ରେ ଜିତିନେଇଛି ଭାରତ ।

ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ଭାରତୀୟ ବୋଲର ରବିଚନ୍ଦ୍ରନ ଅଶ୍ୱିନୀ କମାଲ କରିଛନ୍ତି । ଅଶ୍ୱିନୀ ୫ଟି ଓ୍ଵିକେଟ ହାସଲ କରିଥିବା ବେଳେ ବୁମରା ୨ଟି, କୁଲଦୀପ ୨ଟି ଏବଂ ରବିନ୍ଦ୍ର ଜାଡେଜା ୧ଟି ଓ୍ଵିକେଟ ନେଇଛନ୍ତି । ଇଂଲଣ୍ଡ ବିପକ୍ଷରେ ଭାରତ ୪-୧ରେ ସିରିଜ ଜିତି ୧୧୨ ବର୍ଷ ପରେ ପ୍ରଥମ ଥର ପାଇଁ ଏକ ଐତିହାସିକ ରେକର୍ଡ ହାସଲ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.