ଭୁଶୁଡି ପଡିଥିବା ବ୍ରିଜ ଉପରେ ପୁଣି ଦୁର୍ଘଟଣା, ବାଇକ ଆରୋହୀଙ୍କ ମୃତ୍ୟୁ
ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ନିକଟ ୧୬ନଂ ଜାତୀୟ ରାଜପଥରେ ଅଘଟଣ । ଭୁଶୁଡି ପଡିଥିବା ବ୍ରିଜ ଉପରେ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଲେ କୁଆଖିଆ ଥାନା ନଠୁଆବର ଗାଁର ବିଶ୍ଵଜିତ ପଣ୍ଡା ।

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ନିକଟ ୧୬ନଂ ଜାତୀୟ ରାଜପଥରେ ଅଘଟଣ । ଭୁଶୁଡି ପଡିଥିବା ବ୍ରିଜ ଉପରେ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଲେ କୁଆଖିଆ ଥାନା ନଠୁଆବର ଗାଁର ବିଶ୍ଵଜିତ ପଣ୍ଡା । ଆଜି ସକାଳୁ ସ୍ଥାନୀୟ ଲୋକେ ଭଙ୍ଗା ବ୍ରିଜରେ ବାଇକ ସହ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ କୁଆଖିଆ ପୋଲିସକୁ ଖବର ଦେଇଥିଲେ । କୁଆଖିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଚିହ୍ନଟ କରିବା ସହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଧର୍ମଶାଳା ଡାକ୍ତରଖାନାକୁ ପଠାଇଛି ।
ସୂଚନା ଯୋଗ୍ୟ ଯେ, ଗତ ୮ ମାସ ମାସ ହେବ ଜାତୀୟ ରାଜପଥରେ ଏହି ବ୍ରିଜଟି ପ୍ରାୟ ୧୦ଫୁଟ ତଳକୁ ଭୁଶୁଡି ପଡିଥିବା ବେଳେ ଏଯାବତ ଏହାର ମରାମତି ହୋଇପାରିନାହିଁ । ବ୍ରିଜ ମରାମତି ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ବାରମ୍ବାର ଦାବି ହୋଇ ଆସୁଥିଲେ ସୁଦ୍ଧା ଏଥିପ୍ରତି ଏନଏଚଏଆଇ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।