ଚୈତ୍ର ନବରାତ୍ରିର ଚତୁର୍ଥ ଦିନ : ମା’ କୁଷ୍ମାଣ୍ଡାଙ୍କୁ ସମର୍ପିତ, ଜାଣନ୍ତୁ କେମିତି କରିବେ ପୂଜା

ନବରାତ୍ରିରେ ଚତୁର୍ଥ ଦିନ ସର୍ବପ୍ରଥମ କଳସ ପୂଜା କରି ମାତା କୁଷ୍ମାଣ୍ଡାଙ୍କୁ ପ୍ରଣାମ କରନ୍ତୁ । ମାତା କୁଷ୍ମାଣ୍ଡାଙ୍କ ସବୁଜ ରଙ୍ଗ ଅତ୍ୟନ୍ତ ପ୍ରିୟ । ଏଥିପାଇଁ ଏହି ଦିନ ପୂଜାରେ ବସିବା ପାଇଁ ସବୁଜ ରଙ୍ଗର ଆସନ ପ୍ରୟୋଗ କରିବା ଉଚିତ୍ ହୋଇଥାଏ । ମାଆ କୁଷ୍ମାଣ୍ଡାଙ୍କୁ ଏହି ନିବେଦନ ସହ ଜଳ ପୁଷ୍ପ ଅର୍ପଣ କରି ମାଙ୍କ ଧ୍ୟାନ କରନ୍ତୁ ।

ମା’ ଦୁର୍ଗାଙ୍କ ୯ଟି ସ୍ୱରୂପ ପୂଜା କରିବାର ସର୍ବଶ୍ରେଷ୍ଠ ସମୟ ହେଉଛି ନବରାତ୍ରି । ଚୈତ୍ର ନବରାତ୍ରିର ଚତୁର୍ଥ ଦିନ ମା’ କୁଷ୍ମାଣ୍ଡାଙ୍କୁ ସମର୍ପିତ । ତେଣୁ ଚତୁର୍ଥ ଦିନରେ ମା’ କୁଷ୍ମାଣ୍ଡାଙ୍କୁ ପୂଜା କରାଯାଏ । ଆଜିର ଦିନରେ ମା କୁଷ୍ମାଣ୍ଡାଙ୍କ ଉପାସନା କରାଯାଏ । ନିଜର ସ୍ମିତହାସ୍ୟର ସଂପୂର୍ଣ୍ଣ ବ୍ରହ୍ମାଣ୍ଡକୁ ଉତ୍ପନ୍ନ କରିବା କାରଣରୁ ତାଙ୍କ ନାମ କୁଷ୍ମାଣ୍ଡା । ମା’ ଅନାହତ ଚକ୍ରକୁ ନିୟନ୍ତ୍ରିତ କରନ୍ତି । ଆସନ୍ତୁ ଜାଣିବା ମାଙ୍କ ଚତୁର୍ଥ ସ୍ବରୂପ ମା କୁଷ୍ମାଣ୍ଡାଙ୍କ ମହିମା, ସ୍ବରୂପ, ପୂଜା ବିଧି ଏବଂ ମନ୍ତ୍ର ବିଷୟରେ…..

ମା କୁଷ୍ମାଣ୍ଡାଙ୍କ ୮ଟି ହାତ । ଏଥିପାଇଁ ତାଙ୍କୁ ଅଷ୍ଟଭୁଜା କୁହାଯାଏ । ତାଙ୍କ ୭ଟି ହାତରେ କ୍ରମଶଃ କମଣ୍ଡଳୁ, ଧନୁଷ, ବାଣ, କମଳ-ପୁଷ୍ପ, ଅମୃତପୂର୍ଣ୍ଣ କଳସ, ଚକ୍ର ତଥା ଗଦା ରହିଥାଏ । ଅଷ୍ଟମ ହାତରେ ସମସ୍ତ ସିଦ୍ଧି ଏବଂ ନିଧି ଦେଉଥିବା ଜପ ମାଳା ରହିଥାଏ । ମା କୁଷ୍ମାଣ୍ଡାଙ୍କୁ କଖାରୁର କାନ ଝୁମୁକା ଅତ୍ୟନ୍ତ ପ୍ରିୟ ଏବଂ ସଂସ୍କୃତରେ କଖାରୁକୁ କୁଷ୍ମାଣ୍ଡ କୁହାଯାଏ । ଏଥିପାଇଁ ମା ଦୁର୍ଗାଙ୍କ ଏହି ସୂରୂପକୁ କୁଷ୍ମାଣ୍ଡା କୁହାଯାଇଥାଏ ।

ମା’ଙ୍କୁ ଉପାସନା କରିବାର ବିଧି:

ମା’ଙ୍କ ସବୁଜ ରଙ୍ଗର ବସ୍ତ୍ର ଧାରଣ କରି ପୂଜା କରିବା ଉଚିତ । ପୂଜା ସମୟରେ ଗୁଜରାତି, ପାନମଧୁରୀ ଅର୍ପିତ କରିବା ଉଚିତ । ଏହା ପରେ ମୁଖ୍ୟ ମନ୍ତ୍ର ‘ଓଁ କୁଷ୍ମାଣ୍ଡା ଦୈବ ନମଃ’ ୧୦୮ ଥର ଜପ କରିବା ଉଚିତ । ଆପଣ ଯଦି ଚାହିଁବେ ତେବେ ସିଦ୍ଧ କୁଞ୍ଜିବା ସ୍ତ୍ରାତ ମଧ୍ୟ ଗାଇପାରିବେ ।

ନବରାତ୍ରିରେ ଚତୁର୍ଥ ଦିନ ସର୍ବପ୍ରଥମ କଳସ ପୂଜା କରି ମାତା କୁଷ୍ମାଣ୍ଡାଙ୍କୁ ପ୍ରଣାମ କରନ୍ତୁ । ମାତା କୁଷ୍ମାଣ୍ଡାଙ୍କ ସବୁଜ ରଙ୍ଗ ଅତ୍ୟନ୍ତ ପ୍ରିୟ । ଏଥିପାଇଁ ଏହି ଦିନ ପୂଜାରେ ବସିବା ପାଇଁ ସବୁଜ ରଙ୍ଗର ଆସନ ପ୍ରୟୋଗ କରିବା ଉଚିତ୍ ହୋଇଥାଏ । ମାଆ କୁଷ୍ମାଣ୍ଡାଙ୍କୁ ଏହି ନିବେଦନ ସହ ଜଳ ପୁଷ୍ପ ଅର୍ପଣ କରି ମାଙ୍କ ଧ୍ୟାନ କରନ୍ତୁ ।

ମା’ କୁଷ୍ମାଣ୍ଡାଙ୍କ ପୂଜା ପରେ ଏହି ମନ୍ତ୍ର ୨୧ ଥର ଜପ କରନ୍ତୁ :

ସରାସଂପୂର୍ଣ୍ଣ କଲସଂ ରୁଧିରାପ୍ଲୁତମେବ ଚ।
ଦଧାନା ହସ୍ତ ପଦ୍ମଭ୍ୟାଂ କୁଷ୍ମାଣ୍ଡା ଶୁଭଦାସ୍ତୁ ମେ ।।

ଶାସ୍ତ୍ରରେ ଉଲ୍ଲେଖ ରହିଛି, ଏହି ମନ୍ତ୍ର ଜପ କରିବା ଦ୍ୱାରା ସୂର୍ଯ୍ୟ ସମ୍ବନ୍ଧୀୟ ଲାଭ ମିଳିଥାଏ । ପରିବାରରେ ଖୁସି ଫେରିଆସିଥାଏ । ସ୍ୱାସ୍ଥ୍ୟ ଭଲ ରହିଥାଏ । ଆୟ ବଢିଥାଏ ।
ଜୀବନରୁ ସମସ୍ତ ସମସ୍ୟାରୁ ଛୁଟକାରା ପାଇବା ପାଇଁ ମା କୁଷ୍ମାଣ୍ଡାଙ୍କ ପୂଜା କରିବା ଉଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.