ବାହାରେ ପଡିଛି ରକ୍ତଛିଟା, ବନ୍ଦ ଘର ଭିତରୁ ମୃତଦେହ ଉଦ୍ଧାର

ବନ୍ଦ ଘର ଭିତରୁ ମୃତଦେହ ଉଦ୍ଧାର । କଟକ ଜିଲ୍ଲା ବାଙ୍କୀ ଥାନା ଠାରୁ ମାତ୍ର ୩ କିମି ଦୂର ହରିରାଜପୁର ପଞ୍ଚାୟତର ନୂଆସାହି ତ୍ରିନାଥ ମଣ୍ଡପର ବନ୍ଦ କୋଠଘରେ ମୃତଦେହ ଉଦ୍ଧାର ହୋଇଛି । ମୃତକ ହରିରାଜପୁରର ଶୀତଳ ସାହୁ ।

ବାଙ୍କୀ (କେନ୍ୟୁଜ): ବନ୍ଦ ଘର ଭିତରୁ ମୃତଦେହ ଉଦ୍ଧାର । କଟକ ଜିଲ୍ଲା ବାଙ୍କୀ ଥାନା ଠାରୁ ମାତ୍ର ୩ କିମି ଦୂର ହରିରାଜପୁର ପଞ୍ଚାୟତର ନୂଆସାହି ତ୍ରିନାଥ ମଣ୍ଡପର ବନ୍ଦ କୋଠଘରେ ମୃତଦେହ ଉଦ୍ଧାର ହୋଇଛି । ମୃତକ ହରିରାଜପୁରର ଶୀତଳ ସାହୁ । ଘରର କବାଟରେ ରକ୍ତ ଛିଟା ଲାଗିଥିବା ବେଳେ ଭିତର ପଟୁ କବାଟ ବନ୍ଦ ରହିଥିଲା ।

କୋଠଘର ଠାରୁ ଶହେ ମିଟର ଦୂରରେ ଚପଲ, ମୋବାଇଲ, ଧାରୁଆ ଅସ୍ତ୍ର, ଖଣ୍ଡା ପଡିଛି । କେହି ଖଣ୍ଡାରେ ଆକ୍ରମଣ କରିବା ପରେ ପଥରରେ ଛେଚି ହତ୍ୟାକାଣ୍ଡ ଘଟାଯାଇଥିବା ପୋଲିସ୍ ସନ୍ଦେହ କରୁଛି । ଘଟଣା ସ୍ଥଳରେ ବାଙ୍କୀ ଏସଡିପିଓ ଓ ଥାନା ଆଇ ଆଇ ସି ପହଞ୍ଚି ତଦନ୍ତ କରୁଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.