ଏତେ ରାଗ ! ରାଜନୈତିକ ତିକ୍ତତା ପାଇଁ ରାସ୍ତା କାଟି ଦେଲେ ଦୁବୃର୍ତ୍ତ

ରାତାରାତି ଖେଳ ଖତମ୍ । କଣ କିଛି ବୁଝିହଉନି ନା ।  ଭାବୁଥିବେ କି ଖେଳ କଥା ଆମେ କହୁଛୁ? କଥାଟା ହେଲା ନିତିଦିନିଆ ରାସ୍ତାରେ ବିରାଟକାୟ ଗାତ ଆଉ ଗାତ ଭିତରେ ଗୋଟେ ମଣିଷ ବୁଡିଗଲା ଭଳିଆ ପାଣି । ତେବେ ରାତିରେ ସବୁ ତ ଠିକ୍ ଠାକ୍ ଥିଲା ହେଲେ ସକାଳୁ ଉଠିଲା ବେଳକୁ ଏମିତି କାଣ୍ଡ କିଏ ଘଟାଇଲା ।

ଚାନ୍ଦବାଲି(କେନ୍ୟୁଜ):  ରାତାରାତି ଖେଳ ଖତମ୍ । କଣ କିଛି ବୁଝିହଉନି ନା ।  ଭାବୁଥିବେ କି ଖେଳ କଥା ଆମେ କହୁଛୁ? କଥାଟା ହେଲା ନିତିଦିନିଆ ରାସ୍ତାରେ ବିରାଟକାୟ ଗାତ ଆଉ ଗାତ ଭିତରେ ଗୋଟେ ମଣିଷ ବୁଡିଗଲା ଭଳିଆ ପାଣି । ଲାଗୁଛି ରାସ୍ତା ଉପରେ କିଏ ପୋଖରୀ ଖୋଳି ଦେଇଛି କିମ୍ବା ରାସ୍ତା ଟି ବନ୍ୟା ପାଣିରେ ଧସିଯାଇଛି । ହେଲେ ଏଇ ଉଦୁଉଦିଆ ଖରାରେ ବନ୍ୟା କେମିତି ବା ହେବ? ତେବେ ରାତିରେ ସବୁ ତ ଠିକ୍ ଠାକ୍ ଥିଲା ହେଲେ ସକାଳୁ ଉଠିଲା ବେଳକୁ ଏମିତି କାଣ୍ଡ କିଏ ଘଟାଇଲା ।

ଏବେ ପାଖେଇ ଆସିଲାଣି ସାଧରଣ ନିର୍ବାଚନ । ନିର୍ବାଚନ ଯେତେ ପାଖେଇ ପାଖେଇ ଆସୁଛି ଗାଁ ଗାଁରେ ଏବେ ରାଜନୈତିକ ତିକ୍ତତା ସେତେ ସୃଷ୍ଟି ହେବାରେ ଲାଗିଛି । କିନ୍ତୁ ଏହାରି ଭିତରେ ଏମିତି ଏକ ଅଭିଯୋଗ ଆସିଛି ଯାହା କାନ ଉଠିବା ଦିନଠୁ ଶୁଣିନଥବେ ।

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଖଦାଳପୋଖରୀ ପଂଚାୟତରୁ ଆସିଛି ଏହି ଅଭିଯୋଗ । କୁଆଡେ ରାଜନୈତିକ ଆକ୍ରୋଶ ରଖି ଖଦାଳପୋଖରୀ ପଂଚାୟତର ଗୋପାଳସାହି ଗାଁ ରାସ୍ତାକୁ କେହି କାଟି ଦେବାସହ ରାସ୍ତା ମଝିରେ ଏକ ବିରାଟ ଖାଲ କରିପକାଇଥିବା ଦେଖିବାକୁ ମିଳିଛି । ଯାାହକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗୋପାଳସାହି ବାସିନ୍ଦା ।

ରାସ୍ତା କାଟି ଦେବା ଫଳରେ ଗୋପାଳସାହି ଲୋକମାନେ ଯାଆସ କରିପାରୁନଥିବା ବେଳେ ପିଲାମାନେ ପାଠ ପଢିବାକୁ ଯାଇପାରୁନାହାନ୍ତି । ଯାହାଫଳରେ ନାନା ଅସୁବିଧାର ସମ୍ମୁଖିନ ହେଉଥିବା ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏହାସହ ଗ୍ରାମବାସୀ ଅଭିଯୋଗ କରିଛନ୍ତି କି, ରାଜନୈତିକ ଉଦ୍ଦେଶ୍ୟ ରଖି ସେମାନଙ୍କୁ ହଇରାଣ କରିବା ପାଇଁ ଏପରି କରାଯାଇଛି ।

ଏହି ଘଟଣାକୁ ଖଦାଳପୋଖରୀ ପଂଚାୟତରପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ବାବୁଲୀ ଦିକ୍ଷିତ ନିନ୍ଦା କରିବା ସହ ଯିଏ ବି ଏଭଳି କାମ କରିଛି ତୁରନ୍ତ ସେମାନଙ୍କ ବିରୋଧରେ ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏକ ସାମ୍ୱାଦିକ ସମ୍ମିଳନୀ ଜରିଆରେ ଦାବି କରିଛନ୍ତି ।

ତେବେ ରାଜନୈତିକ ତିକ୍ତତା ପାଇଁ ଏଭଳି ରାସ୍ତାକୁ ମଝିରୁ କାଟି ଦିଫାଳ କରିଦେବା ଘଟଣା ହୁଏତ ଆପଣ କେବେ ଶୁଣିନଥିବେ । ତେବେ ଏଭଳି କରିବା ପୂର୍ବରୁ ଥରେ ଭାବିବା ଉଚିତ୍ ଏଥିରେ କେବଳ ଅସୁବିଧାର ସମ୍ମୁଖୀନ ହେବେ ସାଧାରଣ ନୀହିର ଲୋକ । ନିର୍ବାଚନ ମାନେ ତ କିଏ ଜଣେ ଜିତିବ ଆଉ କିଏ ଜଣେ ହାରିବ । ଏଥିରେ ବା ଏତେ ରାଗ କଣ ପାଇଁ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.